ବାପା – ଧ୍ରୁବ ଚରଣ ବେହେରା
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ
ବାପାଙ୍କ ସେନହ ସରଗଠୁ ବଡ
ବରଗଛ ବୃକ୍ଷ ସମ
କୋଳରେ ବସାଇ ଗେଲ କରିଥାନ୍ତି
ହୃଦୟଟା ଶାଳଗ୍ରାମ ।।
ହାତଧରି ମୋର ଚଲା ସିଖାଇଲେ
ନୂଆ ପୃଥିବୀକୁ ଆଣି
କେତେ କଥା କେତେ ନିତୀ ଶିକ୍ଷାଦେଲେ
ସଂସ୍କାରର ଗୋଟେ ମଣି ।।
ଅବୁଝା ହେଲେସେ ବୁଝାଇ ଦିଅନ୍ତି
ପଢିକରି ଭାଗବତ
ଉପଦେଶ ତାଙ୍କ ଅଟେ ଶାସ୍ତ୍ର ଶ୍ରୋତ
ଲାଗେ ଅମର ଅମୃତ ।।
ବିପଦ ବେଳର ସାଥୀ ମୋର ବାପା
ହିମାଳୟ ଠାରୁ ବଡ
ସେ ଅଟନ୍ତି ମୋର ସଦା ପୂଜନୀୟ
କରୁଛି କୋଟି ଜୁହାର ।।
