ମାଆ ମୋ ଜୀବନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଝଞ୍ଜା ପ୍ରିୟଦର୍ଶିନୀ (ଗୁଞ୍ଜନ)
ମାର୍ଫତ- ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା
ମାଆ ବୋଲି ଡାକ କିଏ ସେ ରଖିଲା
ଦେଲା ମଧୁରତା ଭରି
ମାଆ ମୋର ପରା ସରଗଠୁ ବଡ
କେ ହୋଇବ ତା’ର ସରି ?
ସ୍ନେହ ମମତାର ପ୍ରତୀକ ଅଟଇ
ସେହି ତ ଜନନୀ ମୋର
ମିଛ ଦୁନିଆଁରେ ସବୁଠୁ ନିଜର
ଅଭୟ ପଣତ ତଳ ॥
ତାହାରି କୋଳରେ ମଥାରଖି ମୁହିଁ
ଯାଏ ସବୁ ଦୁଃଖ ଭୁଲି
ସରଗଠୁ ଉଚ୍ଚ ଜନନୀ ମୋହର
ତାହାରି ସନ୍ତାନ ମୁହିଁ ॥
ଝୁଣ୍ଟି ପଡିଗଲେ ମାଆ ଡାକ ଆସେ
ମଲାବେଳେ ମଧ୍ୟ ମାଆ
ମାଆଠୁ ନିଜର ଆଉ କେହିନାହିଁ
ମାଆ ଅଟେ ମୋର ସାହା ॥
ମାଆ ମୋର ସାହା ମାଆ ତ ଭରସା
ହାତଧରି ଚାଲେ ବାଟ
ଜନନୀର ଆଶା କରିବି ପୂରଣ
ନଦେବି ମନରେ କଷ୍ଟ ॥
ମାଆ ଦୁଃଖୀ ହେଲେ ମନ ମୋର ଦୁଃଖ
ତା ଆନନ୍ଦେ ମନ ସୁଖ
ସବୁଠୁ ନିଜର ତୁ ମୋର ଜନନୀ
ଭୁଲିବିନି ତୋର ମୁଖ ॥
ମାଆ ମୋର ଦେବୀ ମୋ ଘର ମନ୍ଦିର
ଅପୂରଣୀୟ ତା ସ୍ଥାନ
ତୋତେ ଛାଡି ମାଆ ପାରିବିନି ରହି
ମାଆ ପ୍ରିୟ ସବୁଦିନ ॥
