ତମେ କହିବ ତ – ପ୍ରକାଶ କୁମାର ଚାନ୍ଦ

ଲେଖକ ପରିଚୟ

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରକାଶ କୁମାର ଚାନ୍ଦ
ଜଯପୁର ଶାସନ, ପିପିଲି, ପୁରୀ

ତମେ କହିବ ତ ଆକାଶ ଛାତିରୁ
ତୋଳି ଆଣିଦେବି ଜହ୍ନ
ତମେ କହିବ ତ ସୂରୁଜ କୁ ନେଇ
ସାଗରେ କରିବି ଲୀନ ॥

ତମେ କହିବ ତ ଛାତିରେ ମୋହର
ଟଙ୍ଗେଇବି ତୁମ ଫଟ
ତମେ କହିବ ତ ସୁନା ରୂପା ନୁହେଁ
ହୀରାରେ ଗଢିବି ବାଟ ॥

ତମେ କହିବ ତ ନଈ ତୁଠ ସାରା
ଅତର ଦେବି ମୁଁ ଢାଳି
ତମେ କହିବ ତ ତୁମପାଇଁ ନିତି
ଖଟିବେ ହଜାରେ ମାଳୀ ॥

ତମେ କହିବ ତ ତାରାଫୁଲ ଆଣି
ବାନ୍ଧିଦେବି ତୁମ ବେଣୀ
ତମେ କହିବ ତ ସାଗର ଗରଭୁ
ମୁକୁତା ଆଣିବି ଛାଣି ॥

ତମେ କହିବ ତ କୋଈଲି ଗାଇବ
ସାତସୁରେ ମିଠା ଗୀତ
ତମେ କହିବ ତ ଅଳସୀ ନଈର
ବଦଳିବ ଗତିପଥ ॥

ଶେଷ ସ୍ପର୍ଶ ତା’ର ଦେଲା ତୁମ ଦେହେ
କିଏ ସେହି କାରିଗର
ନଜର ଜମାରୁ ଆସେନାହିଁ ଫେରି
ଦେଖୁଥିଲେ ବାର ବାର ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ