ସବୁଜ ଧୂସର – ପ୍ରସନ୍ନ କୁମାର ମାଦଳା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର- ୪
ରାଉରକେଲା- ୭୬୯୦୦୨
ଫୋନ୍- ୭୯୭୮୧୯୨୨୨୭

ମରିନାହିଁ ଆଶା ତୁଟିନି ଭରସା
ସପନ ଯାଇନି ହଜି
ଡାକି ଗ୍ରାମସଭା ଜାଗିଅଛି ଯୁବା
ଏକମତେ ହୋଇ ରାଜି ।
ଗ୍ରାମ ପରିଚ୍ଛନ୍ନେ ନିଶା ନିବାରଣେ
ହୋଇଲେଣି ଏବେ ବ୍ରତୀ
ଶିକ୍ଷାର ପ୍ରସାର ପାଇଁ ଆଗଭର
ଖେଳରେ ପଦକ ଜିତି ।
କରି ସତ୍ ସଙ୍ଗ ହୋଇ ମୋହଭଙ୍ଗ
କିଛି କିଛି ସଦାଚାର
ହେଲାଣି ପ୍ରତୀତ ବଢିଲାଣି ହାତ
ସତ୍ୟେ କରି ଅଙ୍ଗୀକାର ।
ବସି ଗଛ ଡାଳେ ରାବନ୍ତି କୋକିଳେ
ଏବେ ବି ବସନ୍ତେ ଆସି
ସାଧବ ବୋହୂଟି ବର୍ଷାରେ ଲେଉଟି
ଗୋଚରେ ଖେଳଇ ରୁଷି ।
କେହି ମରିଗଲେ କୀର୍ତ୍ତନେ ଉଛୁଳେ
ରାମନାମେ ବୋହି ଶବ
ଆଉ ସନା ଭାଇ ମଦ ପିଉ ନାହିଁ
ସିଏ ବି ସାଥିରେ ଯିବ ।
ଗୋଧୂଳି ବେଳରେ ଗାଈଙ୍କ ମେଳରେ
ଶୁଭୁ ଅଛି ହମ୍ବା ରଡି
ଚଷା ଛାଡେ ହଳ ଫସଲ ଅମଳ
କରୁଛି ଟ୍ରାକ୍ଟର ଗାଡି ।
ନହେଲେ ବରଷା କି କରିବ ଚଷା
ଜଙ୍ଗଲ ତ ଆଜି ପଦା
ଜନ ଜାଗରଣେ ବୃକ୍ଷର ରୋପଣେ
ଯୁବାକୁ ଦାୟିତ୍ବ ଲଦା ।
ପଢିବାରେ ପାଠ କରୁନାହିଁ ହଠ
ଚପଳ ବାଳୁତ ପିଲା
ଉଜ୍ଜଳ ଭବିଷ୍ୟ ଗଢିବାକୁ ଆଶ
ସୁଧୁରି ଚତୁର ହେଲା ।
ମେଳା ମଉଛବ ଯାତରା ପରବ
ଲାଗିଅଛି ଆଗ ପରି
ଭକତଙ୍କ ମେଳେ ଶୁଭୁଛି ଦେଉଳେ
ଘଣ୍ଟ ହରିବୋଲ ହୁରି ।
ଯଦି ବା ଧୂସର ଦିଶଇ ପ୍ରାନ୍ତର
ବରଷିଲେ ସବୁଜିମା
ଗାଆଁ ମାଟି ମୋର ଅତୀବ ସୁନ୍ଦର
ହତାଶ ନ ହୁଅ ଜମା ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ