ମାଟି ମୋର ମାଆ – ପ୍ରସନ୍ନ କୁମାର ମାଦଳା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରସନ୍ନ କୁମାର ମାଦଳା
ଘ.ନଂ- ଏଫ୍/୧୩, ସେକ୍ଟର-୪
ରାଉରକେଲା- ୭୬୯୦୦୨, ଫୋନ୍- ୭୯୭୮୧୯୨୨୨୭

ପୁରେ ଅବା ଗ୍ରାମେ ଯେଉଁଠି ଜନମେ
ଯେଉଁଠି ବା ଛୁଏଁ ମାଟି
ସେହି ମୋର ଦେଶ ଜନନୀ ବିଶେଷ
ପାରିବି କି ଗୁଣ ରଟି ?
ସରସ ସୁନ୍ଦର ଜନ୍ମଭୂମି ମୋର
ସ୍ବର୍ଗଠାରୁ ମହୀୟସୀ
ପିଇ ଝର ନୀର ଅନ୍ନ ଶସ୍ୟ ତାର
ଖାଇ ବଢିଅଛି ଆସି ।
କୋଳେ ତାର ଶୋଇ ନିଦ ଯାଏ ପାଇ
ଶରୀର କଷ୍ଟକୁ ଭୁଲି
ଶୀତଳ ପବନେ ଶାନ୍ତ ତନୁମନେ
ସୁଖ ଲାଗେ ଆଖି ଖୋଲି ।
ଫୁଲର ସୁବାସେ ଖୁସି ଭରି ଆସେ
ଭରଇ ମନେ ହରଷ
ସୂର୍ଯ୍ୟ ଦେଖି ନଭେ ପକ୍ଷୀ ଯେବେ ରାବେ
ମିଳଇ ନବ ସନ୍ଦେଶ ।
ଆଳସ୍ୟକୁ ଛାଡି କର୍ମେ ଯାଏ ମାଡି
ସକାଳୁ ଗାଧୁଆ ସାରି
ହୋଇ ସଜବାଜ ଅଧ୍ୟୟନେ ନିଜ
ମନକୁ ଲଗାଏ ଭାରି ।
ନଈ ନାଳ ଭରି ରହିଅଛି ପୂରି
ପ୍ରାକୃତିକ ସମ୍ପଦରେ
ଗିରି ବନ ଲତା ମାଳେ ଯେ ଶୋଭିତା
ଭରିଛି ରତ୍ନ ଉଦରେ ।
କେଡେ ଭାଗ୍ୟବାନ ଭାରତ ସନ୍ତାନ
ସତେ ମୁଁ କରେ ଗରବ
ଏତେ ବଇଭବ ଥାଉଁ କି ରହିବ
କେବେ ମୋଠାରେ ଅଭାବ ?
ମୁଁ ତା’ର ସନ୍ତାନ ତା’ ଧୂଳି ଚନ୍ଦନ
ଲଲାଟେ ମୋ ଥାଉ ନିତି
ତା’ ପାଦେ ଜୁହାର ଭକତି ଅପାର
କରୁଥିବି ମନେ ଚିନ୍ତି ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ