ସଭ୍ୟତା – ପ୍ରସନ୍ନ କୁମାର ମାଦଳା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର – ୪
ରାଉରକେଲା – ୭୬୯୦୦୨
ଫୋନ୍ – ୭୯୭୮୧୯୨୨୨୭

ଧ୍ବଂସର ପାଦ ଶବ୍ଦରେ ତ୍ରସ୍ତ
ଦୁମ୍ ଦୁମ୍ ଦୁଲୁକୁଛି ଆଜିର ଏ ହରିଣୀ ମେଦିନୀ
ବ୍ୟାଧର ଡ଼ରରେ ନୁହଁ… ବରଂ
ସଭ୍ୟତାର ପଞ୍ଜରାରେ ବନ୍ଦୀ ଏ ମଣିଷ ପାଇଁ
ସଜ୍ଞାଧାରୀ ଅଚିହ୍ନା ଆକାରଟିଏ ଯେ ସ୍ବତଃସ୍ଫୂର୍ତ୍ତ !!
ଟଳମଳ ହୁଏ କମ୍ପମାନ ପାଦ
ଅସଂଖ୍ୟ ଆଶଙ୍କାରେ ଜରଜର ହୋଇ ,
କିଏ ଜାଣେ ଏକ୍ଷଣି ଅଟ୍ଟହାସ୍ୟ କରିବ ମନୁପୁତ୍ର
ନିଷ୍ଠୁର ଆନନ୍ଦରେ ହତ୍ୟା କରି ନିୟତକୁ ।
ଓହ୍ଲାଇ ଆସିବ ବୋମା ବର୍ଷଣକାରୀ ବାୟୁଯାନ
ଚରମ ବିନ୍ଦୁରେ ଠିଆ କରିବାକୁ
ଗୋଟିଏ ବିଚିତ୍ର ସଭ୍ୟତା , ଯେଉଁଠି ପୃଥ୍ବୀ ବାହାରେ
ଛିଡା ସେ ଲୋକଟା ଭାରଦଣ୍ଡଟେ ଧରି
ଗଡାଇ ନେବ ଏ ବର୍ତ୍ତୁଳାକାର ଗୋଲକକୁ ।
କଣ ଭାବୁଛ , ବୀଭତ୍ସତାର ଚରମବିନ୍ଦୁରେ ଝୁଲୁଥିବ
ତୁମ ସ୍ବପ୍ନ ଆଉ କଳ୍ପନାର ସଂସାର
କିସ ନ କରିଛ କି ଏ ଯାଏଁ …
ଜଳକୁଣ୍ଡରେ ନବବଧୁର ଶବ, ଅଳତା ନ ଲିଭୁଣୁ
ଦେଖିନାହଁ ଏକତ୍ର ରୁଣ୍ଡ ହୋଇ ତଳକୁ ଝୁଙ୍କି
ସହର ନର୍ଦ୍ଦମାରେ କୁନି କୁନି ହାତ ଗୋଡ଼
ଅଥବା ରେଳଲାଇନ୍ ରେ କଟିଯାଇଥିବା
ଅପରିଚିତାର ଶବ ଓଭର୍ ବ୍ରିଜ୍ ରୁ ?
ଏକା କଥା ଫରକ୍ ନାହିଁ କୋଉଥିରେ …
ଲଢେଇ ପରେ ମାଳମାଳ ହୋଇ ଦିଶିବ
ଏ ଚିତ୍ରପଟ – ଟିକେ ବହୁଳ ଆକାରରେ ଅବଶ୍ୟ ।
ଭାବ ନାହିଁ ସଭ୍ୟତା ଲୋପ ପାଇଯିବ ,
ରହିଯିବ ଚିନ୍ମୟ ବୀଜଟିଏ ପୃଥୁରାଜାଙ୍କ ହାତରେ
କର୍ଷଣ ପାଇଁ ଯାହା ସମୟ ଲାଗିବ ସିନା !!!


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ