ଚିଠି

ଲେଖକ ପରିଚୟ

Blog | +

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ସଙ୍ଘମିତ୍ରା ଜେନା, ଶିକ୍ଷୟତ୍ରୀ
ଭୂଷଣ୍ଡପୁର,ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଭୂଷଣ୍ଡପୁର, ଖୋରଧା

ବଯସର ସାୟାହ୍ନରେ ଚିଠି
ପଠାଇଛନ୍ତି ମୋ ପ୍ରେମିକ
ସ୍ମୃତି ସବୁକୁ ସାଉଁଟି
ଅତୀତକୁ କରିଛନ୍ତି ରୋମନ୍ଥନ
କେତେ ଯେ ଜଳିବ ଜୀବନଟିଏ
ପ୍ରେମ ଆଉ ପ୍ରଣୟରେ
ବିଫଳତାର ମୃଦୁ ଦଂଶନରେ
ଅହରହ ଆହତ
ପ୍ରାଚୁର୍ଯ୍ୟର ପରିଧିରେ
ଯନ୍ତ୍ରବତ କାର୍ଯ୍ୟରତ
ଯେମିତି ଅନ୍ୟ କାହାର
ଦୟାରେ ପରିଚାଳିତ
ସନ୍ନତ ପ୍ରାଣ ଆଜି ଛଟପଟ
ହେଲେ ଭାଙ୍ଗିପାରୁନି
ପିଞ୍ଜରା ହାଡ ।

ହତାଶର ଦୀର୍ଘଶ୍ଵାସରେ
ଖୋଜୁଛି ପ୍ରୀତିର ପରିସୀମା
ଜାଣିଛି ଦୁହେଁ ଆମେ
ସମାନ୍ତରାଳ ସରଳରେଖା
ତଥାପି ହୃଦୟରେ କୋହ ଓ
ଗୋପନ ଇଚ୍ଛାକୁ ଟିକେ
କହିଦେଇ କ୍ଷତାକ୍ତ ମନରେ
ଉପଶମ ପାଇଁ ମଲମ ଟିକେ
ଲଗେଇ ଦିଏ ।

ବିଚ୍ଛେଦ ତ ସବୁଠି ଥାଏ
ପୂର୍ଣ୍ଣଚ୍ଛେଦ ପଡେନାହିଁ
ଆତ୍ମ ଅଭିସାରେ
ହେଲେ ମୃତ୍ୟୁର ମୁକୁଟ
ପିନ୍ଧିବା ଆଗରୁ ଦୁଇପଦ
କଥା କହି ଦେଇଥାଏ ।

ଅବଶୋଷ ରହିଯିବ
ମିଳନ ପର୍ବର
ନିମିଷ ନିମିଷ ଚେତନା ଚୌହଦୀ
ଛାଡୁଥିବ ରଡି
ତୁମେ ଖାଲି ମୋର
ହଁ ହଁ ତୁମେ ହିଁ ମୋର ।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments