ଜୀବନ କବିତା – ନିଶିକାନ୍ତ କହଲସିଂହ

ଲେଖକ ପରିଚୟ

ନିଶିକାନ୍ତ କହଲସିଂହ
ସମ୍ପାଦକ - ନିର୍ମାଲ୍ୟ ସ୍ଵାଗତିକା, ଲୋକିପୁର, ଗଡମାଣତୀର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସ୍ମୃତି ପାଠାଗାରେ ମୁଁ ମୁଗ୍ଧ ପାଠକ
ମୋ ଜୀବନ କବିତାର,
ଏକା ବସି ଦେଖେ ଜୀବନ ନାଟକ
ମୁଁ ନିଜେ ନାୟକ ଯା’ର ॥

ମୁଁ ମତେ ଖୋଜୁଛି ପିତାମହ ପରି
ଶରଶଯ୍ୟାରେ ଶୋଇ,
ଦୂର ଆକାଶଟା ଦୂରାଏ ମୋ ଦୁଃଖ
ଜୀବନର ଗୀତ ଗାଇ ॥

ଧନ ଜନ ମାନ ସବୁତ ପାଇଛି
କି ଲୋଡା ଜୀବନେ ଆଉ,
ତଥାପି ଜୀବନ ଖାଲି ଖାଲି ଲାଗେ
ସବୁକିଛି ଥାଉ ଥାଉ ॥

ପାପ ପୂଣ୍ୟର ପଥରେ ମୁଁ ଏକ
କ୍ଳାନ୍ତ ପଥିକ ସାଜି,
ସାରା ଜୀବନ ମୋ ବିତାଇ ଦେଲିଣି
ଜୀବନକୁ ଖୋଜି ଖୋଜି ॥

 

ଏନ୍ତୁଡିରୁ ଜୁଇ ଏ ଜୀବନ ଯାତ୍ରା
ସୁଖ ଯେତେ ଦୁଃଖ ସେତେ,
ମୁଁ ତ ଲୋଡିନାହିଁ ଜୀବନେ କାହାକୁ
କିଏ ବା ଲୋଡିବ ମତେ ॥


ନିଶିକାନ୍ତ କହଲସିଂହ, ସମ୍ପାଦକ – ସ୍ଵାଗତିକା
ଲୋକିପୁର, ଗଡମାଣତୀର, ବେଗୁନିଆ, ଖୋରଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ