ଆଉ କ’ଣ ଲୋଡ଼ା

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବିକେଶ କୁମାର ସାହୁ
ଭୂଷଲାଡ଼, ସିନ୍ଧେକେଲା, ବଲାଙ୍ଗୀର, ଦୂରଭାଷ- ୭୭୫୨୦୬୬୨୧୭

ମୋ ଜୀବନର ଅୟଆରମ୍ଭରେ ବି ତୁମେ
ମୋ ଜୀବନର ଅନ୍ତରେ ବି ତୁମେ
ମୋର ଆଶା ବି ତୁମେ
ମୋ ଜୀବନର ଭରସା ବି ତୁମେ
ଏତିକି ତ ମୁଁ ବୁଝି ସାରିଛି
ତୁମ ବିନା ମୁଁ ବଂଚି ପାରେନା
ହେଲେ ତୁମେ କେଉଁ ଦିନ ବୁଝିବ ସେଇ ଦିନକୁ ମୋର ଅପେକ୍ଷ।
ତୁମକୁ ତୋ ମୁଁ ନିଜର କରିସାରିଛି
ହୃଦୟ କୁଟୀରରେ ବସାଇ ସାରିଛି
ଏତିକି କଣ ଯଥେଷ୍ଟ ନୁହେଁ ?
ମିଛି ମିଛିକା ଏଇ ଦୁନିଆଁ ଆଗରେ
ବାଜା ରୋଷଣୀ ବଜାଇ
ପଣ୍ଡିତର କୋଉ ବେଦ ପୁରାଣର
ଦୁଇ ଚାରୋଟି ମନ୍ତ୍ରରେ ନୁହେଁ କି
ହସ୍ତ ବନ୍ଧନ କି ଅଗ୍ନି ପରିକ୍ରମା କରି ନୁହେଁ
ମୋ ହୃଦୟ ଡୋରିରେ
ତୁମ ହୃଦୟକୁ ବାନ୍ଧି
ମୁଁ ତୁମକୁ ନିଜର କରିଛି ।
କାଣିଚାଏ ସିନ୍ଦୁର ମୁଁ ଦେଇ ପାରିନି ସତ
ଦୁଇପଟ କାଚ ଚୁଡି ହାତକୁ ଦେଇନି ସତ
ହେଲେ ତା’ଠୁ ବି ମୂଲ୍ୟବାନ ଜିନିଷଟେ ଦେଇଛି
ସେ ହେଲା ମୋ ମନ ଓ ହୃଦୟ
ହେଇ ପରେ ତୁମ ପାଇଁ ତାହା ମୂଲ୍ୟହୀନ
ହେଲେ କଣ କରିବି ପ୍ରୟା
ତା’ଠୁ ବଳି ମୂଲ୍ୟବାନ ଆଉ ମୋ ପାଖରେ କିଛି ନାହିଁ ।
ମାଗିବ ଯଦି ଦେଇ ପାରିବି ଏଇ ଜୀବନଟା
କାହିଁକି ନା ସାରା ଜୀବନଟା
ତୁମ ସହ କଟେଇ ବି ବୋଲି କଥା ଦେଇ ସାରିଛି
କୁହ ଆଉ କଣ ଲୋଡ଼ା ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ