ଆଦରି ନେ ମାତୃଭାଷା
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ
ବସନ୍ତ ରାଇଜେ ଶୋଭା ଆମ୍ରବନେ
ଭାଷେ ପିକ ମାତୃଭାଷା
ବିଚରଣ ସଦା ଉଚ୍ଚ କରି ମଥା
ମୁଖେ ପ୍ରେମ ପରିଭାଷା ॥
ଏଣେ ଶୁକପକ୍ଷୀ ପରଭାଷା ବୋଲେ
ହୋଇ ପିଞ୍ଜରାରେ ବନ୍ଧା
ବନ୍ଦୀ ଜୀବନରେ କେତେ ଯେ ଯନ୍ତ୍ରଣା
ନର୍କ ସମ ଭୋଗେ ଦଶା ॥
ନାଇସ ଉଇସ ଛାଡ ବାଇମାନ
ଆଦରି ନେ ମାତୃଭାଷା
ନିଜ ଭାଷା ନିଜେ କହୁନାହୁଁ କିଆଁ
ମାରୁଛୁ ଫୁଟାଣି ତୁଛା ॥
