ସମ୍ପର୍କ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, ଗଞ୍ଜାମ
ସ୍ୱପ୍ନରେ ଆସ, ଅବା ବାସ୍ତବରେ
ଗୋଧୂଳି ସଞ୍ଜରେ, ଅବା ନିଃଶବ୍ଦ ରାତ୍ରିରେ
ଅଛ ତୁମେ… ଥିବ ରହି, ମୋର ଏଇ ହୃଦୟରେ …॥
ତୋ’ଛବି ଆଙ୍କିଛି
ସଜେଇ ରଖିଛି
ନିତି ଦେଖୁଅଛି
ପ୍ରୀତି ସଳିତାକୁ ତେଜି ଜାଳୁଅଛି
ତୁମ ସ୍ମୃତି ପାଠାଗାରେ …॥
ସ୍ମୃତିରେ ସ୍ମୃତିରେ ଜିଇଁଛି ଜୀବନ
ସମ୍ପର୍କର ଖିଅ ନେଇ
ନାହିଁରେ ନାହିଁରେ
ବଞ୍ଚିଛି ମୁଁ ଏଠି
ତୁମକୁ ପାଇବା ପାଇଁ …॥
