ମୋ ଗାଁ

ଲେଖକ ପରିଚୟ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସୁନ୍ଦର ଦିଶଇ ମୋ ଗାଆଁ ନଈ
ସତେକି ଜାହ୍ନବୀ ଧାରା
ରୂପସୀ ପ୍ରିୟା ମୋ ସେଇ ନଈଧାରେ
ରଙ୍ଗ ହଳଦୀ ପସରା ॥

ପରବତ ଶୋଭା ଅଟେ ମୋ ଗାଆଁର
ସତେକି ସରଗୁ ବଳି
ପାଖ ଚିଲିକାର ଶୋଭା ମନୋହର
ଉଡେ ପକ୍ଷୀ ଭଳି ଭଳି ॥

ପାଖ ତୋଟାମାଳ ଆମ୍ରକୁଞ୍ଜ ବନ
ସତେକି ଲୁମ୍ବିନୀ ସମ
ଦେବୀ ଆଳୟରୁ ଶୁଭଇ ଆଳତୀ
ଅଟଇ ସରଗ ଧାମ ॥

ଭାଗବତ ଶୁଣେ ଜେଜମାଆ ମୋର
ମାଆ ଜାଳେ ସଞ୍ଜବତୀ
ତୁଳସୀ ଚଉରା ମୂଳେ ବସି ଆମେ
ଦେଖୁଥାଉ ପୂଜା ନିତି ॥

ପୁନିଅଁ ପରବ କେତେ ପିଠାପଣା
ମହକେ ମୋ ଗାଆଁ ଦାଣ୍ଡ
ଆତ୍ମୀୟ ସ୍ଵଜନ ପ୍ରିୟ ପରିଜନ
ସଭିଏଁ ଏକାଠି ରୁଣ୍ଡ ॥

ମୋ ଗାଆଁ ପରି କିଏ ହେବ ସରି
ସତେକି ବୈକୁଣ୍ଠ ସମ
ଗାଆଁ ମୋର ମାଆ ଜୀବନର ସାହା
ବଞ୍ଚିଥିବି ଯେତେଦିନ ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ