ରେ ମନ – ଅଜୟ କୁମାର ସାହୁ

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ଅଜୟ କୁମାର ସାହୁ, ଚାନ୍ଦପୁର, ନୟାଗଡ

କି ପାଇଲୁ ତୁହି ଏ ଛାର ସଂସାରେ ରହି
ଯିବ ନାହିଁ କିଛି ସବୁ ଯିବ ଏଠି ରହି ।
ଯେତେ ଗର୍ବ ଅଭିମାନ ଦମ୍ଭ ଯେ ତୋହର
ମୃତ୍ୟୁର ଧକାରେ ହୋଇଯିବ ଚୁରମାର ।
ପୁଣି କିମ୍ପାଇରେ ମନ ଏତେ ଦମ୍ଭ କରୁ
ସଂସାର ଚକରେ ପଡି ପେଷି ହୋଇ ମରୁ ।
ଭୁଲିଗଲୁ କିରେ ମନ ଶାଶ୍ଵତ ଲକ୍ଷକୁ
କିମ୍ପାଇ ପାଇଛୁ ଦେବ ଦୁର୍ଲଭ ଜନ୍ମକୁ ।
ଚୌରାଅଶି ଲକ୍ଷ ଜ୍ୟୋନି ଭ୍ରମଣ ଉପ୍ରାନ୍ତେ
ମାନବ ଜନ୍ମ ମିଳଇ ତପସ୍ୟାର ଅନ୍ତେ ।
ଜାଣିବାକୁ ଚାହୁଁ କିରେ ସଂସାର ବିଷୟ
ଯାହାକୁ ଏତେ ଆନନ୍ଦେ କରିଛୁ ଆଶ୍ରୟ ।


ଏତେ ଭଲ ପାଉଛନ୍ତି ଯେଉଁମାନେ ତୋତେ
ମୃତ୍ୟୁ ପରେ ତୋତେ ଭଲପାଇବେନି ସତେ ।
ମୃତ୍ୟୁ ପରେ ଏକ ଦିନ ରଖି ନପାରିବେ
କାଳେ ରୋଗ ହେବ ବୋଲି ଘରୁ ନେଇଯିବେ ।
ଦୁଇଖଣ୍ଡି କପଡା ଯେ ଯିବ ସାଥେ ତୋର
ମଶାଣୀଭୁଇଁରେ ତାହା ହୋଇବ ଅନ୍ତର ।
ଏତେ ସ୍ନେହ ପ୍ରେମ ତୋତେ କରୁଥିଲା ଯିଏ
କାଠରେ ଶୁଆଇ ନିଆଁ ଲଗାଇବ ସିଏ ।
ଟିକିଏ ଫୋଟକା ଦେଖି ଯିଏ କାନ୍ଦୁଥିଲା
ପୁରା ଶରୀର ଜଳୁଛି କିପରି ସହିଲା ।
ହୃଦରେ ହୃଦ ଲଗାଇ ରଖୁଥିଲା ସିଏ
ଆଜି ତୋ ଛାତିକୁ କଣା କରିଦିଏ ସିଏ ।
ନଜଳିଳେ ତଈଳକୁ ଢାଳି ଯେ ଦେଉଛି
ଜାଳି ସାରି ଆସି ଶୁଦ୍ଧି କ୍ରିୟା ଯେ କରୁଛି ।


କୁଆଡେ ଗଲା ସେ ଭଲପାଇବା ତାହାର
ସତେ ଯେ ଭଲପାଇବା ଏମିତି ପ୍ରକାର ।
ଯାହାପାଇଁ ସାରା ଜୀବନଟା ସାରିଦେଲୁ
ସାରାଦିନ ଖଟି ଖଟି ସମ୍ପତ୍ତି ରଖିଲୁ ।
ଏତେ କଷ୍ଟ ଏଜୀବନେ ତୋତେ ମିଳିଥିଲା
ଦେବ ଦୁର୍ଲ୍ଲଭ ଜୀବନ ଅସାର ହୋଇଲା ।
ଆରେ ମୂର୍ଖ କହିପାରୁ ସଂସାରର ରୀତି
ଏହାକହି ତୁହି ପରା ଭ୍ରମୁ ଅଛୁ ନିତି ।
ଏ କାଳିଆ ଠାକୁର ତୁ ବଡରେ ଛଳିଆ
ଏ ମୂର୍ଖକୁ ତୋର ଜମା ନଛୁଉଁ ରେ ମାୟା ।
ଏତିକି ଭିକ୍ଷା ଦିଅ ହେ ଅଧମ ପାମରେ
ହସ୍ତପାତି ମାଗୁଅଛି ତୁମ୍ଭରି ଦୁଆରେ ।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
Subscribe
Notify of
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ