କବିତା – ଜୀବନ ନାଟକର ନିର୍ଦ୍ଦେଶକ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଜୀବନ ଯାତ୍ରା ର‌ ଗହନ ରାତ୍ରୀର
ତୁମେତ ଆଲୋକ ଜ୍ଵୋତି
ସଂସାର ପଥରେ ଚାଲିଲା ବେଳରେ
ତୁମେ‌ ମୋର ପ୍ରିୟ ସାଥୀ ।।

ଦୁଃଖ ନଦୀ ଧାରେ ତୁମେତ ନଉକା
ତୁମେ ପୁଣି କର୍ଣ୍ଣଧାର
ଜଂଜାଳ ଜ୍ଵଳନ ଅସହ୍ୟ ଜ୍ଜ୍ଵଳା କୁ
ତୁମେ ପ୍ରଶମିତ କର ।।

ସୁଖ ବୋଇତ ମୋ ଅଗାଧ ସିନ୍ଧୁ ରେ
ରହା ସାହା ପାଉନାହିଁ
କାହିଁ ଅଛ ବିଶ୍ଵ ପୂରୁଷ ଡାକୁଛି
କୂଳେ ଲାଗିବ କି ନାହିଁ ।।

ତୁମକୁ ବିଶ୍ଵାସ କରି ଭରସାରେ
ବସିଛି ପ୍ରତିକ୍ଷା କରି
ତୁମେ ଅଗତିର ଗତି ହେ କୂଳରେ
ଲଗାଇବକି ମୋ ତରୀ ।।

ବଞ୍ଚିବାର ରାହା ଦେଇ ଏ ମନରେ
ଫୁଟାଇଛ ପ୍ରେମ ଫୁଲ
ଚାଲାବାକୁ ବାଟ ଦେଖାଇ ଦେଉଛି
ଶରୀରେ‌ ଦେଇଛ ବଳ ।।

ଜୀବନର ମହା ନାଟକ ମଞ୍ଚରେ
ତୁମେ ତ ନିର୍ଦେଶକ
ପରାଣ ବେଦୀରେ ତୁମକୁ ପ୍ରଭୁ ହେ
କରିଅଛ ଅଭିଷେକ ।।

ତୁମେ ତାତ ତୁମେ ମାତ ତୁମେ ବନ୍ଧୁ
ତୁମେ ତ ମୋ ସହୋଦର
ତୁମ ନେଇ ଭବ ସାଗର ରୁ ନାଥ
ଚାହିଁଛି ହୋଇବି ପାର ।।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ