ହେଁ ନାରୀ – ସତ୍ୟରଞ୍ଜନ ଦାସ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଆକାଶଠାରୁ ଉଚ୍ଚରେ ଯେ
ସ୍ୱର୍ଗଠାରୁ ସେ ବଡ
ସୂର୍ଯ୍ୟଙ୍କ ରଶ୍ମିଠାରୁ ଉଜ୍ବଳ ଯିଏ
ମଣିଷ ତିଆରିର ଗଡ଼ !
ଏ ପୃଥିବୀରେ ଜନ୍ମ ଯାହାର
ଭଗବାନଙ୍କ ଅମୁଲ୍ୟ ଉପହାର
ମା ନାଁରେ ସଂସାର ଜାଣେ
ଦୁଃଖ ସହି ହୁଏ ପଥର !
ସ୍ନେହ,ପ୍ରେମ ଓ ତ୍ୟାଗର ସମଷ୍ଟିରେ
ଗଢ଼ା ଜୀବନ ଯା’ର
କାହିଁକି ବା କରିବ ସେ
ଗର୍ବ ଓ ଅହଂକାର !
ଶିଶୁଟିଏ ପାଇଁ ଡହଳବିକଳ
ମାତୃତ୍ୱ ପରିଚୟ ଦିଏ,
ସେଥିପାଇଁ ସେ ନାରୀ
ସେଥିପାଇଁ ସେ ମାଆ
ଜଗତେ ଆଦର ପାଏ !!!
କବି ସତ୍ୟରଞ୍ଜନ ଦାସ
ରତଳାଙ୍ଗ,ବୈଷ୍ଣବମଠ
ଯାଜପୁର,ଓଡିଶା
