ଭାବିଥିଲି କବିଟିଏ ହୁଅନ୍ତି କି – ସତ୍ୟରଞ୍ଜନ ଦାସ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଭାବିଥିଲି କବିଟିଏ ହୁଅନ୍ତି କି
ହେଲେ ତୁମକୁ ଦେଖିଲା ପରେ ଲାଗୁଛି
ତୁମେ ମୋ ମୁଖନିସୃତ କବିତା
ମୋ ଭାବନା ସନ୍ଧ୍ୟାବେଳର କଳିକା !
ତାରା ଭରା ରାତିରେ
ଦେଖିବାକୁ ଚାହେଁ ଜହ୍ନକୁ
ହେଲେ ତମେ ତ ଜହ୍ନଠାରୁ
ଆହୁରି ଶୁଭ୍ର ଆଉ ଦିପ୍ତିମୟୀ !
ଖୋଲି ଦେଲେ ଝରକା
ଫୁଟି ଉଠେ ଲକ୍ଷେ ତାରା
ତାକୁ ଦେଖି ଭୁଲି ଯାଏଁ
ନିଜ ଶାନ୍ତ ସରଳ ଚେହେରା !
ଚେନାଏ ହସରୁ ଝରିପଡ଼େ
କୋଟି କୋଟି ମୁକ୍ତା,
ମୁବା କାହିଁକି ଖୋଜିବି ସାଗରରୁ ଶାମୁକା !
ତୁମପରି ବନ୍ଧୁକୁ ପାଇଲା ପରେ
ପାଇଗଲି ଜୀବନ ରାସ୍ତା,
ତେବେ କେଉଁ ସୁନ୍ଦରତାକୁ ନେଇ
ଲେଖିଥାନ୍ତି ଅବା କବିତା???
କବି ସତ୍ୟରଞ୍ଜନ ଦାସ
ରତଳାଙ୍ଗ,ବୈଷ୍ଣବମଠ
ଯାଜପୁର,ଓଡିଶା
