କବିତା – ବନ୍ଧୁ ବୋଲି ସିନା ପାଞ୍ଚ – ଶିବ ଚରଣ ମହାପାତ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଶ୍ରୀଅଙ୍ଗେ ଚନ୍ଦନ ମହକି ଉଠୁଛି
ଅଧରେ ମଧୂର ହସ
ଚାହାଣୀ କମାଣ ଆଘାତରେ ମୁଁ ଯେ’
ହୁଏ କି ସତେ ବେହୋସ..!

ସୁଢଳ ନୟନ ଯୁଗଳେ ହେଇଛି
କେତେ ରାତି ଉଜାଗର
ଭାବ ଅମୃତର ବିନ୍ଦୁଟିଏ ପାଇଁ
ହୃଦୟ ତୁଷାର୍ତ୍ତ ମୋର..!

କେତେ ଯୋଗୀ ଭୋଗୀ ତୋ’ କରୁଣା ପାଇଁ
ତେଜିଛନ୍ତି ମାୟା ମୋହ
କେତେ କେତେ ଭକ୍ତ ଭକତି ସାଗରେ
ଢାଳିଛନ୍ତି ଆଖି ଲୁହ..!

ମୁହୂର୍ତ୍ତ ମୁହୂର୍ତ୍ତ ବଞ୍ଚିବା’ଟା କଷ୍ଟ
ତୋ ପ୍ରିତି ପରସ ବିନୁ
ହୃଦୟ କନ୍ଦରେ ଆସିଯାଅ ବାରେ
ମନୁଆ କାଳିଆ କାହ୍ନୁ..!

ବନ୍ଧୁ ବୋଲି ସିନା କହେ ଏତେ କଥା
ଅଭିଯୋଗ ଅଭିମାନ
ତୁମେ ନ ବୁଝିଲେ କିଏ ସେ ବୁଝିବ
ଅଝଟିଆ ଏଇ ମନ..!

ଚିନ୍ତା ଚେତନାରେ ଥାଉ ତୁମ ନାମ
ଭାବନାରେ ଛବି ତୁମ
ଧିମା ହେବା ଯାଏଁ ନିଶ୍ୱାସେ ବିଶ୍ୱାସ
ଉଜ୍ଜୀବିତ ରହୁ ପ୍ରେମ..!!

ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର,   ଦୂରଭାଷ :


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ