କ୍ଷୁଦ୍ରଗଳ୍ପ – ମୁଁ ଜଣେ ସରକାର

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପାଠ ସାଠ ଘରେ ଶୂନ। ଯେତେ ଚେଷ୍ଟା କରି କିଛି ଲାଭ ମିଳିଲାନି।ଶେଷରେ ଅଷ୍ଟମ ଶ୍ରେଣୀ ରୁ ପାଠ ପଢା ବନ୍ଦ କରି ବାନା ଙ୍କ ପରି ବୁଲୁ ଥିଲା ଟୁକୁ।ବାପା ଜଣେ ଚାଷୀ ଲୋକ।ମାଟି ସହ ଲଢ଼ି ବେଶ୍ ଦ୍ଵିମୁଠା ପାଆନ୍ତି ଯେ ଯାହିତାହି ବର୍ଷ ମୁଣ୍ଡି ପହଂଚି ଯାଏ ।ଏସବୁ ତାଙ୍କୁ ଭାରି ବାଧୁ ଥାଏ ହେଲେ ସ୍ତ୍ରୀ ଙ୍କ ଗେଲ୍ହା କୁଳ ନନ୍ଦନଙ୍କୁ କହିବ ବା କିଏ। ବେଳେବେଳେ ବିରକ୍ତ ରେ ଯାହା କହିପକାନ୍ତି “ତମେ ୟାକୁ ସାରି ଦେଲ।ମାଆ ଙ୍କ କଥାରେ ଟୁକୁ ତା ବାପାଙ୍କ ଚାଷ କାମରେ ସାହାଯ୍ୟ କରୁଥିଲା ସତ କିନ୍ତୁ ମନ ଲାଗୁ ନଥାଏ।ଏମିତିରେ କିଛି ବର୍ଷ ବିତି ଗଲା ।ଟୁକୁ ମଧ୍ୟ ବାପାଙ୍କ ଆକଟ ରେ ରହିବାକୁ ପସନ୍ଦ କରୁ ନଥାଏ କିନ୍ତୁ ତା ପାଖରେ କିଛି ଉପାୟ ନ ଥିଲା।ଦିନେ ବଜାର ରେ ହଠାତ ତା ପିଲା ଦିନର ସାଙ୍ଗ ଲିଟୁ ସହ ଦେଖା ହେଲା।କଥା ପ୍ରସଙ୍ଗରେ ଟିକୁ ତା ମନ କଥା ସବୁ କହିଲା କି ସେ ଆଉ ଘରେ ନ ରହି କିଛି କାମ କରିବାକୁ ଚାହୁଁଛି। ଲିଟୁ କହିଲା ଠିକ୍ ଅଛି ମୁଁ ଯେଉଁଠି କାମ କରୁଛି ତୋତେ ବି ସେଠିକି ନେଇ ଯିବି।ଯୋଜନା ଅନୁଶାରେ ଦିନ କେଇଟା ପରେ ଘରେ କାହାକୁ କିଛି ନକହି ବାବୁ ଫେରାର୍।ଅନେକ ଖୋଜା ଖୋଜି ପରେ ଜଣା ପଡିଲା କି ସେ ଏବେ କଲିକତାରେ ଡିଗ୍ଚି କମ୍ପାନୀ ରେ ମ୍ୟାନେଜର ହେଇ ବେଶ୍ ମୋଟା ଅଙ୍କର ରୋଜଗାର କରୁଛି ।ଶୁଣି ମାଆ ମନ କୁଣ୍ଢେମୋଟ ହେଲେ ଦୁଃଖ ଏତିକି ଯେ ପୁଅ ଆଉ ଗାଁ କୁ ଫେରିବାକୁ ମଙ୍ଗୁନି।ବାପା କିନ୍ତୁ ଏବେବି ଟୁକୁର ବ୍ୟବହାରରେ ଅସନ୍ତୁଷ୍ଟ ।ୟା ଭିତରେ ଦୁଇ ତିନି ବର୍ଷ ବିତି ଗଲା।ମାଆ ର ଏକା ଜିଦ୍ ପୁଅକୁ ଦେଖିବେ ନଚେତ ଅନ୍ନ ଜଳ ଗ୍ରହଣ କରିବେନି ତେଣୁ ବାପା ଯୋଗାଯୋଗ ଠିକଣା ଯୋଗାଡ଼ କରି ବାଧ୍ୟ ହୋଇ କଲିକତା ଅଭିମୁଖେ ଯାତ୍ରା କଲେ।

ସନ୍ଧ୍ୟା ଛଅ ଟା ବେଳେ ଦମ୍ ଦମ୍ ପାଖରେ ପହଁଚିଲେ।ଠିକଣା ଖୋଜି ଯାଇ ଦେଖିଲେ କି ବାବୁ ଜଣେ ବଙ୍ଗାଳି ଲୋକଙ୍କ ଘରେ ରୋଷେଇ କାମ କରୁଛନ୍ତି।ମନେ ମନେ ଭାବିଲେ ଓହ…ଏଇଟା ତାହେଲେ ଦିଗ୍ଚି କମ୍ପାନୀ !!! ଛାଡ଼…ସବୁ ଦୋଷ ମୋର କହି ମାଆ ତୋତେ ଘରକୁ ଯିବାକୁ କହିଛି ବୋଲି କହିଲେ ।ପୁଅ ବଙ୍ଗଳା ଭାଷାରେ ସବୁ ଉତ୍ତର ଦେଉଥାଏ ଶୁଣି ବାପା ମୁଣ୍ଡ ପୁରା ଟିଣ। ହେଲେ କ’ଣ କହିବେ ଭାବି ପାରୁନଥାନ୍ତି ।କୌଣସି ପ୍ରକାରେ ରାତିଟା ବିତିଲା।ସକାଳୁ ପୁଅକୁ ନେଇ ବାହାରି ପଡିଲେ।ବାଟ ଯାକ ପୁଅ ଖାଲି ବଙ୍ଗଳା ଚୋବାଉ ଥାଏ।
କଥା କଥାରେ “ଆମର୍ କୋଲକାତା” ଶୁଣି ଶୁଣି ବାପା ପୁରା ଟେନ୍ସନରେ ଥାନ୍ତି।ଇତିମଧ୍ୟରେ ବସ୍ ଆସି ପହଁଚିଲା ଘର ପାଖ ଛକ ରେ।ବାପ ପୁଅ ଓହ୍ଲେଇ ପଡିଲେ।ଛକ ରୁ ଘର ଦୁଇ କି:ମି ଚାଲି ଚାଲି ଯିବାକୁ ପଡ଼ିବ ସେ ପୁଣି ବିଲ ରାସ୍ତା।ଯିବା ବାଟରେ ସବୁଜ ସୁନ୍ଦର୍ ତାଙ୍କ ଧାନ କିଆରୀ ପଡିଲା।ବାପା ପୁଅକୁ ଦେଖେଇ ବହୁତ ଖୁସିରେ କହୁଛନ୍ତି” ଦେଖେ… ଦିନ ରାତି ଖଟି ମୁଣ୍ଡ ଝାଳ ତୁଣ୍ଡରେ ମାରି ମୁଁ କେମିତି ଚାଷ କରିଛି ଆଉ ତୁ….?ଲୋକ ଘରେ ଯାଇ ରୋଷେଇ କରୁଛୁ ! ଆରେ ଏଇଠି ସବୁ ଅଛି।ବୁଝିବାକୁ ଟିକେ ଚେଷ୍ଟା କର।ହେଲେ ବାପାଙ୍କ କଥା କିଏ ଶୁଣେ ବାବୁ ତୋ ଗୀତ ଶୁଣିବାରେ ବ୍ୟସ୍ତ।ଯାଉ ଯାଉ ହଠାତ୍ କହି ଉଠିଲା “ବାବା ଏ ଗୁଲ କି ଗାଛ୍…? ବାପା ଅସମ୍ଭବ ହୋଇ କିଛି ସମୟ ଚାହିଁଲେ ପୁଅକୁ। କହିଲେ “ଦେଶ ଦ୍ରୋହୀ ତୋ ପରି ପୁଅ ଜନ୍ମ କରି ପୁତ୍ ନାମକ ନର୍କ ରୁ ମୁଁ ଉଦ୍ଧାର ପାଇଲି ସିନା ହେଲେ ଧିକ୍ ଶତ ଧିକ୍ ମୋ ବାପା ପଣିଆଁ କୁ କହି ବାପା ପୁଅକୁ ସେଇଠି ଛାଡି ଘରକୁ ପଳେଇ ଆସିଲେ।

କିଛି ସମୟ ବିଳମ୍ବ ପରେ ଟୁକୁ ନିଜ ଘର ଠିକଣା ଖୋଜି ଖୋଜି ଘରକୁ ପହଁଚିଲା। ମାଆ ଙ୍କ ଖୁସି କହିଲେ ନ ସରେ।ପୁଅକୁ ପାଖରେ ପାଇ ମାଆ ମନରେ ଭାରି ଗର୍ବ କାରଣ ଏଇ କିଛି ବର୍ଷ ଭିତରେ ପୁଅ ଭାରି ଚିକ୍କଣିଆ ହେଇଯାଇଛି। ସାହି ପୋଡ଼ିଶାର ଅନ୍ୟ ପିଲାଙ୍କ ମେଳ ରେ ବାଛି ହେଇ ଯାଉଛି। ପୁଅ ଓଡ଼ିଆ ଆଉ କହି ପାରୁନି ତେଣୁ ମାଆ ପୁଅ ପାଖରୁ ବଙ୍ଗଳା ଭାଷା ପ୍ରାୟ ଶିଖିଗଲେଣି ହେଲେ ଗାଁ ରେ ପୁଅର ମନ ଲାଗୁ ନଥାଏ କି ପଖାଳ ମୁଢି ରୁଚୁ ନଥାଏ ତେଣୁ ଆଠ /ଦଶ ଦିନ ପରେ ମାଆ ବାପାଙ୍କ କଥା ନରଖି ପୁଣି କଲିକତା ଯିବାକୁ ବାହାରିଲା ଏବଂ ଗଲା ମଧ୍ୟ । ଗଲା ବେଳେ ତା ସାଙ୍ଗକୁ କହିଛି କୁଆଡେ ସେ ଆଉ ଗାଁ କୁ ଫେରିବନି ବୋଲି ବାପା ଶୁଣିଲେ ।ସବୁ ଦୁଃଖ କୁ ଛାତିରେ ଚାପି ଧରି ଟିକେ କାନ୍ଦିବାକୁ ସମୟ ପାଉନଥିବା କର୍ତ୍ତବ୍ୟ ପରାୟଣ ବାପା କ’ଣ ଆଉ କରିପାରିବେ…? ବେଳ ଲେଉଟିଲା, ହଠାତ୍ କରୋନା ବିପର୍ଯ୍ୟୟ କୁଆଡୁ ମାଡି ଆସିଲା।ସମସ୍ତେ ଘର ମୁହାଁ ହେଲେ। ପୁଅର ନିବେଦନ,ମାଆ ର ଆକୁଳ କ୍ରନ୍ଦନ,ସାହି ପୋଡ଼ିଶାଙ୍କ ଭୟ, ନିଜ ବେବେକ ସହ ସଂଘର୍ଷ କରି ଶେଷରେ ବାପା ନିଷ୍ପତ୍ତି ନେଇ କହି ଉଠିଲେ ” ନା ମୁଁ ନୁହେଁ ଏଡ଼େ ସ୍ୱାର୍ଥପର ….ମୁଁ ଜଣେ ଶୃଙ୍ଖଳିତ ଓଡିଶା ସରକାର।

ଗୋପାଳ ଚନ୍ଦ୍ର ସାଓ


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ