ନିଶା ନିବାରଣ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦେବତା ମାନେ ଅମୃତ ପାନ କରି
ଆନନ୍ଦେ ଦିନ ବିତାନ୍ତି
ଅସୁର ମାନେ ମଦ ପାନ କରି
ଉତୁପାତ କରି ଥାନ୍ତି ।୧।

ରାଜା ମହାରାଜା ସୁରା ପାନ କରି
ଦିନ ବିତେ ବିଳାଶରେ
ସୁରା ପାନ ଆଜି ମଦ ହୋଇ ଅଛି
ବୁଡି ମରନ୍ତି ନିଶାରେ ।୨।

କିଏ ନିଶା କରେ ସଉକ ପାଇଁକି
କିଏ କରେ ଦୁଃଶ୍ଚିନ୍ତାରେ
କୁସଙ୍ଗରେ ପଡି କିଏ ନିଶା କରେ
ଶ୍ରମିକ କରେ ଶ୍ରମରେ ।୩।

କିଏ ନିଶା କରେ ଆଭିଜାତ୍ୟ ପାଇଁ
ଶିଳ୍ପ ପତି ପୁଞ୍ଜିପତି
ନିଶା ତ କରନ୍ତି ଯୁବକ ଯୁବତୀ
ବଡ଼ ପଣ ଦେଖା ଅନ୍ତି ।୪।

ଅଫିମ ଗଞ୍ଜେଇ ବିଡି ସିଗାରେଟ
ମଦ ବ୍ରାଉନ ସୁଗାର
ହିରୋଇନ ଆଉ ହୁଇସ୍କି ରମ ଯେ
ସ୍ୱାସ୍ଥ୍ୟ କରେ ଛାରଖାର ।୫।

ନିଶା ଏକ ବ୍ୟାଧି ମହା ରୋଗ ସିଏ
ତା’ଠାରୁ ରୁହ ଦୁରେଇ
ତା ପ୍ରେମେ ପଡିଲେ ସର୍ବ ନାଶ ହେବ
ମନେ ରଖି ଥାଅ ଭାଇ ।୬।

ନିଶା ପାନ କଲେ ଘର ନଷ୍ଟ ହୁଏ
ଜମି ବାଡ଼ି ବିକ୍ରି ହୁଏ
ବିପଥ ଗାମୀ ଯେ ଧର୍ମ ଭୁଲି ଯାଏ
ଦୁଷ୍କର୍ମ କରିଣ ଥାଏ ।୭।

ମଦ ପାନ କରି ଘରକୁ ଫେରିଲେ
ପତ୍ନୀ ପିଲାଙ୍କୁ ମାରଇ
ଅର୍ଜି ଥିବା ଧନ ମଦ ଭାଟି ଯାଏ
ଘରେ ଚୂଲି ନ ଜଳଇ ।୮।

ଅତ୍ୟଧିକ ନିଶା ସେବନ କରିଲେ
ଯକ୍ଷ୍ମା କର୍କଟ ହୁଅଇ
ବହୁ ଲୋକ ମୃତ୍ୟୁ ବରଣ କରନ୍ତି
ସବୁ ଜାଣି ନ ଜାଣଇ ।୯।

ସରକାର ଖାଲି ସ୍ଳୋଗାନ ଦିଅନ୍ତି
ନିଶା ଛାଡ଼ି ଦେବା ପାଇଁ
ମାଦକ ଦ୍ରବ୍ୟ ତ ବନ୍ଦ ହୋଇଗଲେ
ରାଜସ୍ବ ପାଇବେ କାହିଁ ।୧୦।

ନିଶାର ରାକ୍ଷସ ମୋହିନୀ ମାୟାରେ
ଯିଏ ପଡି ଯାଇ ଅଛି
ସିଏ ତ ନିଶ୍ଚୟ ବରବାଦ ହୁଏ
ଲୋକ କଥା ରହି ଅଛି ।୧୧।

ନିଶା ତ ଛାଡ଼ିବା ଶପଥ କରିବା
ଆଧ୍ୟାତ୍ମିକ ଚିନ୍ତା ନେଇ
ମାଦକ ଦ୍ରବ୍ୟର ପାଖ ନ ପଶିବା
ବିପଦ ଡାକିବା ନାହିଁ ।୧୨।

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ