ଗାଁ ମଶାଣି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଏ ମର୍ତ୍ତ୍ୟ ମଣ୍ଡଳ ମିଥାର ସଂସାର
ସବୁ ଏଠି ଖାଲି ମାୟା
ମାୟା ସଂସାରରେ ସ୍ନେହ ପ୍ରେମ ବନ୍ଧା
ଜଳି ଯିବ ଦିନେ କାୟା l 1l
ମୋର ମୋର କହି ଯାହା ମୁଁ ସଞ୍ଚିଛି
ସେ ନୁହେଁ ତ ସବୁ ମୋର
ଆସି ଅଛି ଏକା ଫେରି ଯିବି ଏକା
କେହି ନୁହେଁ ଆପଣାର l 2l
ଏ ପଟେ ଜନମ ସେପଟେ ମରଣ
ମଝିରେ ଜୀଵନ ତରୀ
ଦୁଃଖ ସୁଖ ଲୋଭ ମୋହ ମାୟା ଭରା
ଯୋଡି ଦେଇଛନ୍ତି ହରି l 3l
ଆୟୁଷ ସରିଲେ ମରଣ ହୁଅଇ
ଜଗିଛି ଗାଆଁ ମଶାଣି
ମୋ ପୂର୍ବ ପୁରୁଷ ସେଠି ଶୋଇଛନ୍ତି
ମୁଁ ଶୋଇବି ସେଠି ପୁଣି l 4l
ଛଅ ଖଣ୍ଡି କାଠ ଲୋଡ଼ା ତ ହୋଇବ
ମଶାଣୀକୁ ନେବା ପାଇଁ
ବନ୍ଧୁ ପରିବାର ଶବ ବୋହି ନେବେ
ଜାଳି ଦେବେ ଚିତା ଜୁଇ l 5l
ହରି ନାମ ସତ୍ୟ ରାମ ନାମ ସତ୍ୟ
ତୁଣ୍ଡେ ଉଚ୍ଚାରଣ ଥିବ
ଖଇ କଉଡିକୁ ପଛକୁ ଫିଙ୍ଗିବେ
ତା ସାଥିରେ ଧୂପ ଥିବ l 6l
ଅନ୍ତିମ ବିଦାୟ ଦେଇ କି ଫେରିବେ
ସ୍ନାନ ଶୌଚ ହୋଇ ଘରେ
ଦରପୋଡା କାଠ ମଶାଣି ରକ୍ଷକ
ଫିଙ୍ଗୁ ଥିବ ମୋ ଉପରେ l 7l
ଜଳି ଜଳି ଶବ ପାଉଁଶ ହୋଇବ
ବସୁଧାରେ ପଡି ଥିବ
ମାଟି ଶରୀର ମୋ ମାଟିରେ ମିଶିବ
ଆତ୍ମା ଉଡି ଯାଇ ଥିବ l 8l
ପୂର୍ବ ପୁରୁଷଙ୍କ ସମାଧି ହୋଇଛି
ମୋର ସମାଧି କରିବେ
ତୁଳସୀ ଗଛଟେ ସମାଧୀରେ ପୋତି
କାମ ସାରି ଦେଇ ଥିବେ l 9l
ମଲା ଗଲା ବୋଲି ଦ୍ବୀଘଡ଼ି କାନ୍ଦିବେ
ବାର କ୍ରିୟା ସାରି ଦେବେ
ବାର କ୍ରିୟା ପରେ ସବୁ ଭୂଲି ଯିବେ
ନିଜ କାମରେ ଲାଗିବେ l 10l

ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର
ମୋ :8658655979

Leave a Reply

Your email address will not be published. Required fields are marked *