ଆମ ଗାଁ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଗାଆଁଟି ମୋର ଭାରି ସୁନ୍ଦର
ଜନମ ମାଟି ମୋର
ଛୋଟିଆ ତାର ଆକୃତି ଅଟେ
ଶୋଭାର ଗନ୍ତାଘର l 1l
କିଚିରି ମିଚିରି ପକ୍ଷୀ ହୁଅନ୍ତି
ପ୍ରଭାତ ହେବା ଜାଣି
ପୂର୍ବ ଆକାଶେ ଉଦୟ ସୂର୍ଯ୍ୟ
ମନ ନେଉଛି କିଣି l 2l
କୃଷି କ୍ଷେତ୍ର ଯେ ଭରି ଉଠଇ
କୃଷକ କରେ ଚାଷ
ସବୁଜ ଶାଢ଼ୀ ଧରଣୀ ପିନ୍ଧେ
ଦେଖି ମନ ସନ୍ତୋଷ l 3l
ବିଭିନ୍ନ ଜାତି ବିଭିନ୍ନ ଧର୍ମ
ଅଛନ୍ତି ଆମ ଗ୍ରାମେ
କେତେ ଲୋକ ଚାକିରୀ କରନ୍ତି
କେତେକ ଅନ୍ୟ କାମେ l 4l
ଗାଆଁର ଲୋକ ସରଳ ଅଟେ
ବିନୟୀ ଭାବ ତାଙ୍କ
ଟାଉଟରଙ୍କ ସଂଖ୍ୟା ତ କମ
ନିନ୍ଦା କରନ୍ତି ଲୋକ l 51
ଗାଆଁରେ ଅଛି ବିଦ୍ୟାଳୟ ତ
ପିଲା ପାଠ ପଢ଼ନ୍ତି
ଗାଆଁ ମନ୍ଦିରେ ସକାଳ ସଂଜେ
ଭାଗବତ ବୋଲନ୍ତି l 6l
ଗାଆଁରେ ଅଛି ଡାକ ଘର ତ
ନାହିଁ ଡାକ୍ତର ଖାନା
ରୋଗରେ ପଡି ଯନ୍ତ୍ରଣା ଭୋଗେ
ଡାକ୍ତର ସେବା ବିନା l 7l
ଗାଆଁ ଟି ଆମ ସଫା ସୁତରl
ରାସ୍ତା ଯେ ଅଛି ପକ୍କା
ନଳ କୂଅରୁ ପାଣି ପିଅନ୍ତି
କାଦୁଅ ନାହିଁ ଦେଖା l 8l
ହରିହାଟ ଟୁଙ୍ଗି ଘର ତ ଅଛି
କଳସ ଆସି ଥାଏ
ବାର ମାସରେ ତେର ପରବ
ପାଳନ କରା ଯାଏ l 9l
ରଜରେ ହୁଏ କଳସ ବୁଡ଼ା
ହରି କୀର୍ତ୍ତନେ ଧ୍ୟl ନ
କୁଆଁରୀ ଝିଅ ରଜ ପାଳନ୍ତି
ରଜ ଦୋଳିରେ ମନ l 10l
ଖୁଦୁରୁକୁଣୀ କୁଆଁର ପୁନେଇ
ପଞ୍ଚୁକ କରି ଥାନ୍ତି
ଗଜ ଲଷ୍ମୀ ପୂଜା ମହାଆଡ଼ମ୍ବରେ
ପାଳନ କରି ଥାନ୍ତି l 11l
ସୋମ ବାର ଆଉ ଗୁରୁ ବାରରେ
ହାଟ ବସିଣ ଥାଏ
କିଣା ବିକା ତ ଜିନିଷ ହୁଏ
ଆବଶ୍ୟକ ଯାହା ଥାଏ l 12l
ଗାଆଁର ସ୍କୃତି ଅଛି ଅନେକ
ଭୁଲିବା ନୁହେଁ ଯାହା
ମୋ ପ୍ରିୟ ଭୂଇଁ ଜନମ ମାଟି
ଜନନୀ କୋଳ ତାହା l 13l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *