ପୁରାଣ କଥା – ଶ୍ରୀକୃଷ୍ଣଙ୍କ ଦ୍ଵାରା ବ୍ୟୋମାସୁର ବଦ୍ଧ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମଥୁରା ରାଜା କଂସର ଗୁପ୍ତଚର ଥିଲା ବ୍ଯୋମାସୁର । ବ୍ରଜମଣ୍ଡଳର ଦ୍ବାଦଶବନ ମଧ୍ୟରୁ ଚତୁର୍ଥ ବନ, ‘ କାମ୍ଯବନ ‘ ଅନ୍ତର୍ଗତ ଏକ ପାହାଡ ଭଧ୍ଯବର୍ତ୍ତୀ ଇଲାକାରେ ଗୁମ୍ଫାଟିଏ ରହିଛି । ଏହା ବ୍ଯୋମାସୁର ଗୁମ୍ଫା ନାମରେ ପରିଚିତ । ଏହି ଠାରେ ଭଗବାନ ଶ୍ରୀକୃଷ୍ଣ ବ୍ଯୋମାସୁରକୁ ବଧ କରିଥିଲେ । ଥରେ ଭଗବାନ କୃଷ୍ଣ ନିଜ ସଖାମାନଙ୍କ ସହ ଗାଈ ଚରାଉଥିଲେ । ଚାରିପାଖରେ ସବୁଜ ଘାସବୁଦା ରହିଥିଲା । ଗାଈମାନେ ସେଠାରେ ଆନନ୍ଦରେ ଚରୁଥିଲେ । ଶ୍ରୀକୃଷ୍ଣ ନିଶ୍ଚିତ ହୋଇ ସଖାଙ୍କ ସହିତ ମେଷ ଚୋରି ଲୀଳା ଖେଳିବାକୁ ଆରମ୍ଭ କଲେ । କେତେଜଣ ସଖା ମେଣ୍ଢା ହୋଇଥାନ୍ତି, ଆଉ କେତେଜଣ ପାଳକ । କିଛି ସଖା ଚୋର ହୋଇ ମେଣ୍ଢା ଚୋରି କରିବାର କ୍ରୀଡାକୌଶଳ ଆରମ୍ଭ କରିଦେଲେ । କୃଷ୍ଣ ବିଚାରକ ହୋଇଥାନ୍ତି । ମେଷ ପାଳକମାନେ ବିଚାରକଙ୍କ ନିକଟରେ ମେଣ୍ଢା ଚୋରି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କଲେ । ଶ୍ରୀକୃଷ୍ଣ ଦୁଇ ପକ୍ଷକୁ ଡାକି ବିଚାର କରିବାକୁ ଆରମ୍ଭ କଲେ । ଏହା ପରେ ଗୋପ ବାଳକମାନେ କ୍ରୀଡା ପ୍ରତି ଆସକ୍ତ ହୋଇଗଲେ । ଏହି ସମୟରେ ବ୍ଯୋମାସୁର ନାମକ  କଂସର ଗୁପ୍ତଚର ଶ୍ରୀକୃଷ୍ଣଙ୍କୁ ମାରିବା ଲାଗି ସଖାଙ୍କ ଭଳି ବେଶ ଧାରଣ କରି ସଖାମଣ୍ଡଳୀରେ ପ୍ରବେଶ କଲା । ସେ ମେଣ୍ଢା ଚୋର ସାଜିଲା ଏବଂ ମେଣ୍ଢା ସାଜିଥିବା ସଖାଙ୍କୁ କ୍ରମଶଃ ଆଣି ନିଜ ଗୁମ୍ଫାରେ ଲୁଚାଇଦେଲା । ଶ୍ରୀକୃଷ୍ଣ ଦେଖିଲେ ଯେ ସଖାମାନେ ଗଲେ କୁଆଡେ ? ସେ ବ୍ଯୋମାସୁରକୁ ଚିହ୍ନିଦେଲେ । ଏହାପରେ ସେ ବ୍ଯୋମାସୁରକୁ ଜାବୁଡି ଧରି ବଧ କଲେ । ତା’ ପରେ ସେ ଗୁମ୍ଫା ଭିତରୁ ସଖାଙ୍କୁ ବାହାର କରିଥିଲେ । 
ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ