ପୁରୀ ଜଗନ୍ନାଥ ମନ୍ଦିର ଇତିହାସରୁ ପଦେ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କଳା ଓ ସ୍ଥାପତ୍ୟ ଦୃଷ୍ଟିରୁ ଆମେ ପୁରୀ ମନ୍ଦିରର ଐତିହାସିକ ଗୁରୁତ୍ବ ୭ମ ଶତାବ୍ଦୀ ପୂର୍ବରୁ ଉପସ୍ଥାପନ କରିପାରିବା ନାହିଁ । ଲୋକକଥା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ନୀଳ ପର୍ବତ ଉପରେ ସ୍ଥାପିତ ଥିଲା । ତେଣୁ ଏହାକୁ ନିଳାଦ୍ରୀ ବା ନିଳାଚଳ କୁହାଯାଏ । କିନ୍ତୁ ଆମେ ଇତିହାସରେ କୌଣସି ପର୍ବତ ପୁରୀରେ ପାଇନାହୁଁ । ଏହା କଳ୍ପନା କରାଯାଇପାରେ, ଯେ ମନ୍ଦିର କୌଣସି ବାଲୁକା ପର୍ବତ ଯାହା ନାମ ନିଳାଦ୍ରୀ ବା ନିଜ ପର୍ବତ ଥିଲା ତାହାରି ଉପରେ ନିର୍ମିତ ହୋଇଥିଲା । ୧୨ମ ଶତାବ୍ଦୀ ପୂର୍ବରୁ ଗୋଟିଏ ଛୋଟ ଜଗନ୍ନାଥ ମନ୍ଦିର, ବର୍ତ୍ତମାନ ସ୍ଥିତ ମନ୍ଦିର ସ୍ଥାନରେ ଥିଲା । ଯେମିତି ସେ ପୁରୁଣା ମନ୍ଦିର ଜିର୍ଣ୍ଣୀ ହୋଇ ନାଶ ହେଵାକୁ ଵସିଲା, ରାଜା ଚୋଡଗଙ୍ଗ ଦେବ ଗୋଟିଏ ନୂଆ ମନ୍ଦିର ତୋଳିଵାକୁ ନିଷ୍ପତ୍ତି ନେଲେ । ଏହା ବିଶ୍ବାସ କରାଯାଏ ଯେ,ବର୍ତ୍ତମାନର ମନ୍ଦିର ପୁରୁଣା ମନ୍ଦିରର ଭଗ୍ନାବଶେଷ ଉପରେ ନିର୍ମିତ ହୋଇଛି । ଯେଉଁଥିପାଇଁ ବର୍ତ୍ତମାନ ମନ୍ଦିରର ବେଢା ୩୦ଫୁଟ ଉଚ୍ଚା । ଗଙ୍ଗବଂଶକୁ ସ୍ଥାପନ କରିଥିବା ରାଜା ଚୋଡଗଙ୍ଗ ଦେବ,୧୧୩୫ ମସିହାରେ ପୁରୀରେ ବର୍ତ୍ତମାନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର କାର୍ଯ୍ୟ ଆରମ୍ଭ କରିଥିଲେ । ମନ୍ଦିରର କାର୍ଯ୍ୟ ଚୋଡଗଙ୍ଗ ଦେବଙ୍କର ଉତ୍ତରାଧିକାରୀ ରାଜା ଅନଙ୍ଗଭୀମଦେବ ଶେଷ କରିଥିଲେ । ମନ୍ଦିରରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କର କାଷ୍ଠ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା । ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ୧୫୫୮ ମସିହା ପର୍ଯ୍ୟନ୍ତ ହିନ୍ଦୁ ନିୟମ ଅଧୀନରେ ଚାଲିଲା । ଏହାପରେ ଓଡିଶା ରାଜ୍ଯ ବଙ୍ଗଳାର ଆଫଗାନ ନବାବଙ୍କ ଅଧିନରେ ଆସିଲା ଏବଂ ଆଫଗାନ ସେନାପତି କଳାପାହାଡ଼ ମନ୍ଦିର ଆକ୍ରମଣ କଲେ । ସେହି ସମୟରେ ଗୋଟିଏ ସ୍ବାଧୀନ ଗଣରାଜ୍ୟ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଦ୍ବାରା ସ୍ଥାପିତ ହେଲା ଏବଂ ସେ ମନ୍ଦିରର ପରିଚାଳନା ଦାୟିତ୍ୱ ନେଲେ । ସେ ମନ୍ଦିରକୁ ପରିତ୍ରୀକୃତ କରି ମୂର୍ତ୍ତି ମାନଙ୍କର ପୁର୍ନସ୍ଥାପନା କଲେ । ୧୭୬୦ ପର୍ଯ୍ୟନ୍ତ ମନ୍ଦିର ଖୋର୍ଦ୍ଧା ରାଜାଙ୍କ ଅଧିନରେ ଚାଲିଲା,ଯିଏକି ମୁଗଲ ଓ ମରାଠାମାନଙ୍କୁ କର ଦେଉଥିଲେ । ମୋଗଲ ରାଜା ଆକବରଙ୍କର ଜନୈକ ସେନାପତି ରାଜ ମାନସିଂହ,ଆଫଗାନମାନଙ୍କୁ ପରାସ୍ତ କରି ଓଡିଶାକୁ ମୋଗଲ ସାମ୍ରାଜ୍ୟ ସାଥିରେ ମିଶାଇ ଦେଲେ । ଏହା ୧୭୫୧ ପର୍ଯ୍ୟନ୍ତ ମୋଗଲଙ୍କ ଅଧିନରେ ରହିଲା । ଏହାପରେ ମରାଠାମାନେ ମନ୍ଦିରର ସିଧା ପରିଚାଳନା ଦାୟିତ୍ବ ୧୮୦୩ ପର୍ଯ୍ୟନ୍ତ ନେଲେ । ଇଂରେଜ ୧୮୦୩ରେ ଓଡିଶାକୁ ବ୍ରିଟିଶ ସାମ୍ରାଜ୍ୟ ସାଥିରେ ମିଶାଇ ଦେଲେ ଏବଂ ପୁରୀ ରାଜାଙ୍କୁ ମନ୍ଦିରର ପରିଚାଳନା ଦାୟିତ୍ୱ ଦେଇଥିଲେ । ଏହାକୁ ଇଂରେଜମାନଙ୍କ ସପକ୍ଷରେ କୁହାଯାଇ ପାରେ ଯେ,ସେମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ହିନ୍ଦୁମାନଙ୍କର ପୂଜା କରିବାକୁ ସମ୍ମାନ ଦେଉଥିଲେ ଏବଂ ପରୋକ୍ଷରେ ଉତ୍ସାହ ଦେଉଥିଲେ । ସେମାନେ ପୁରୀର ଗଜପତି ମହାରାଜାଙ୍କୁ ମନ୍ଦିରର ଅଧ୍ଯକ୍ଷ ଭାବରେ ସ୍ବୀକୃତି ଦେଲେ ଏବଂ କିଛି ଅର୍ଥ ମନ୍ଦିର ପରିଚାଳନା ପାଇଁ ମଞ୍ଜୁର କଲେ । ଏହା ୧୯୪୭ ମସିହା ପର୍ଯ୍ୟନ୍ତ ଚାଲିଲା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ