ଦିପାଳୀ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନାମ ମୋ ଦିପାଳୀ ନିତି ଜଳୁ ଥାଏ
ଦେବ ପୂଜା ଅର୍ଚନାରେ
ଠାକୁର ଘରରେ ତୁଳସୀ ମୂଳରେ
ଅବା ସ୍ୱାଗତ ଦେବାରେ l 1l

ଅନ୍ଧାର ଘରେ ଦିପାଳୀ ଜଳିଲେ
ଘର ଆଲୋକିତ ହୁଏ
ଜନମ ଦିନରେ ଦୀପ ଶିଖା ଜଳେ
ସଭିଙ୍କୁ ଆଶିଷ ଦିଏ l 2l

ବିବାହ ବ୍ରତରେ ମୋତେ ଲୋଡି ଥାନ୍ତି
ମୋ ବିନା କାମ ଅଚଳ
ଭୂମି ପୂଜନରେ ପ୍ରତିଷ୍ଠା ଦିବସେ
ହୁଏ ମୁଁ ଚଳ ଚଞ୍ଚଳ l 3l

ଦେଶ ରକ୍ଷା ପାଇଁ ସୈନ୍ୟ ଘରୁ ଗଲେ
ଜନନୀ ବନ୍ଦାଇ ଥାଏ
ନୂଆ ବହୂ ଯେବେ ଘରକୁ ଆସଇ
ବନ୍ଦାପନା ହୋଇ ଥାଏ l 4l

ଶୁଭରେ ମୁଁ ଲୋଡ଼ା ଅଶୁଭରେ ଲୋଡ଼ା
ହୋଇ ଥାଏ ସଭିଙ୍କର
ମୋତେ ଛାଡ଼ି ଦେଲେ କାମ ନ ଚଳଇ
ଖୋଜା ଲୋଡ଼ା ଆଗେ ମୋର l 5l

ଦୀପ ଶୀଖା ମୁଁ ଯେ ସମସ୍ତଙ୍କ ପ୍ରିୟ
ଲାଗେ ସମସ୍ତଙ୍କ କାମେ
କେବେ କହି ନାହିଁ କଷ୍ଟ ହୁଏ ମୋତେ
ନ ଜଳିବି ମର୍ତ୍ତ୍ୟ ଧାମେ l 6l

ଜଳି ଜଳି ମୁଁ ଯେ ଆଲୋକିତ କରେ
ସଭଙ୍କର ଖୁସି ପାଇଁ
ସଭିଙ୍କ ଜୀଵନ ଆଲୋକିତ ହେଉ
ଏତିକି କରୁଣା ସାଇଁ l 7l

ଜ୍ବଳନରେ ଅଛି ଆନନ୍ଦ ଉତ୍ସାହ
ଯନ୍ତ୍ରଣାରେ ଜର୍ଜରିତ
ଦୁଃଖ କରି ନାହିଁ ମନରେ ମୁଁ କେବେ
ନିୟତି ଲିଖନ ଏତ l 8l

ପୂର୍ଣ୍ୟ ମୁଁ କରିଛି କେଉଁ ଜନ୍ମେ କେତେ
ଏ ଜନ୍ମରେ ଜଳୁ ଅଛି
ପରୋପକାରରେ ଦିନ ମୋ ବିତୁଛି
ଶାନ୍ତିରେ ମୁଁ ରହି ଅଛି l 9l

ହେ ପ୍ରିୟ ମାନବ ହିଂସା ଦ୍ୱେଷ ଭୁଲି
ସଭିଙ୍କୁ ସାହାଯ୍ୟ କର
ପରୋପକାରରେ ଶାନ୍ତି ମିଳି ଥାଏ
ଜନ୍ମ ଧନ୍ୟ ହେବ ତୋର l 10l

ବାସନ୍ତୀ ଲତା ଜେନା, ଗାନ୍ଧିନଗର
ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର
ମୋ :8658655979

Leave a Reply

Your email address will not be published. Required fields are marked *