ଉଠରେ ଉଠରେ ଉତ୍କଳ ସନ୍ତାନ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଉତ୍କୃଷ୍ଟ କଳାରେ ଶୁଭlରେ ମଣ୍ଡିତ
ନାମ ତା ଉତ୍କଳ ଭୂଇଁ
ଐତିହ୍ୟ ସ୍ଥାପତ୍ୟ ବାଣିଜ୍ୟ ସଂକୃତି
ମୋ ରାଜ୍ୟର ଥିଲା ରହି l 1l
ଇଂରେଜ ଆସିଲେ ଶୋଷଣ କରିଲେ
ହେଲୁ ଆମେ ପରାଧୀନ
ଓଡିଶା ପ୍ରଦେଶ ବିଖଣ୍ଡିତ ହେଲା
ମଉଳିଲା ତାର ମାନ l 2l
କିଛି ଅଂଶ ବଙ୍ଗ ପ୍ରଦେଶେ ମିଶିଲା
କିଛି ଅଂଶ ବିହାରରେ
ମାନ୍ଦ୍ରାଜ ରାଜ୍ୟରେ କିଛି ମିଶି ଗଲା
କିଛି ମଧ୍ୟପ୍ରଦେଶରେ l 3l
ଓଡ଼ିଶାର ଲୋକେ ଓଡ଼ିଆ ନ କହି
ବଙ୍ଗଳା ହିନ୍ଦୀ କହିଲେ
ତେଲୁଗୁ ଭାଷାରେ କଥା ବାର୍ତ୍ତା ହେଲେ
ଓଡ଼ିଆକୁ ଭୁଲି ଗଲେ l 4l
ମାତୃ ଭୂମି ମାତୃଭାଷାର ଉନ୍ନତି
ମଧୁବାବୁ ଚିନ୍ତା କଲେ
ଉତ୍କଳ ସମ୍ମିଳନୀ ଗଠନ କଲେ
ଓଡ଼ିଆ ଏକତ୍ର କଲେ l 5l
ତାଙ୍କ ସଙ୍ଗେ ବହୁ ଜନନାୟକ ତ
ସହଯୋଗ କରି ଥିଲେ
ଗୋପବନ୍ଧୁ ଦାସ ରାମ ଚନ୍ଦ୍ର ଦେବ
ମହତାବ ମିଶି ଥିଲେ l 6l
ସୁପ୍ତ ଓଡ଼ିଆଙ୍କ ପ୍ରାଣେ ଭରି ଦେଲେ
ଜାତୀୟତା ବହ୍ନି ସ୍ୱର
ଉଠରେ ଉଠରେ ଉତ୍କଳ ସନ୍ତାନ
ଜାଗ୍ରତ ହୁଅ ଏଥର l 7l
ଉଣେଇଶ ଛତିଶି ଅପ୍ରେଲ ପହିଲା
ସ୍ୱତନ୍ତ୍ର ଓଡିଶା ହେଲା
ମଧୁବାବୁ ଚେଷ୍ଟା ଫଳବତୀ ହେଲା
ଜାତୀୟ ମାନ୍ୟ ପାଇଲା l 8l

ବାସନ୍ତୀ ଲତା ଜେନା l ଗାନ୍ଧିନଗର. ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର
ମୋ :8658655979

Leave a Reply

Your email address will not be published. Required fields are marked *