କବିତା – କୁତ୍ସିତ ହେଲାଣି ସମାଜ ସ୍ଥିତି – ସନ୍ତୋଷ ପଟ୍ଟନାୟକ
ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ

ସଂସ୍କାର ବିହୀନ ଶିକ୍ଷାକୁ ଆଦରି
କୁତ୍ସିତ ହେଲାଣି ସମାଜ ସ୍ଥିତି
ନୀରବି ଯାଇଛି ବୁଦ୍ଧିଜିବୀ ଜ୍ଞାନ
ଯନ୍ତ୍ରଣାରେ ଭରା ସବୁରି ଛାତି
ସଂସ୍କୃତିର ଆଭା ଜେଜି ଗୋଁସିବାପା
ଜରାନିବାସରେ ତାଙ୍କ ଜୀବନ
କ୍ଷଣିକ ସୁଖକୁ ଆଦରି ମଣିଷ
ପ୍ରତିଯୋଗିତାରେ ବାଣ୍ଟୁଛି ଜ୍ଞାନ
ଯୌଥ ପରିବାର ପୁରୁଣା ଜମାନା
ଘରେ ହାତଗଣା ଚାରି ଛ ଜଣ
କର୍ମଜିବୀ ହେଲେ ବାପା ମାଆ ଦୁଇ
ନିଃସଙ୍ଗତା ଭରା ଶିଶୁର ମନ
ଟିଭି ସିରିୟଲ ୟୁଟ୍ୟୁବ୍ ଚ୍ୟାନେଲ
ପ୍ରସାରଣ ପାଇଁ ଲଗାମ ନାହିଁ
ନବଦମ୍ପତ୍ତିଏ କଥାଚିତ୍ର ଦେଖି
ରତୀରେ ମାତନ୍ତି ଉନ୍ମାଦ ହୋଇ
ସେଇ ବିର୍ଜୁ ଜାତ ସନ୍ତାନ ସନ୍ତତି
ଭାରି ପରମାଦ ସମାଜ ପାଇଁ
କିଏବା ବୁଝିବ ହିତବାଣୀ ଆଉ
ସେ’କାଳ ପଖାଳ ଗଲା ପଳେଇ
ଭଗବତ ଗୀତା ଜ୍ଞାନର ସଳିତା
କେତେଘରେ ଖଣ୍ଡେ ଅଛିକି କାଇଁ
ମୋବାଇଲ ପରା ଘରକେ ଛଅଟା
ସିଂହଭାଗ ଦୁଷ୍କର୍ମ ତାହାରି ପାଇଁ
ଦୁଷ୍କର୍ମର ପରେ ମହମ କି’ହେବ
ସଂସ୍କାର ଆଦର ମୂଳରୁ ନାଇଁ
ହାତେ ହାତ ଛନ୍ଦି ଶପଥଟେ ନିଅ
ପାଶ୍ଚାତ୍ଯ ସଂସ୍କୃତି ଛାଡିବା ପାଇଁ…
ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।
