କର୍ଣ୍ଣଙ୍କୁ ଭୂଦେବୀଙ୍କ ଅଭିଶାପ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଭୂଦେବୀ କର୍ଣ୍ଣଙ୍କୁ କାହିଁକି ଓ କି ଅଭିଶାପ ଦେଇଥିଲେ

ଭୂମି ଦେବୀ ମଧ୍ଯ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ । ଦକ୍ଷିଣ ଭାରତରେ ପ୍ରଚଳିତ ଲୋକକଥା ଅନୁଯାୟୀ ଥରେ ଛୋଟ ଝିଅଟିଏ ହାତରୁ ଘିଅ ପାତ୍ର ଖସିପଡି ତଳେ ଢାଳି ହୋଇଗଲା । ଝିଅଟି କାନ୍ଦିବାକୁ ଲାଗିଲା । କର୍ଣ୍ଣ ତା’କୁ କାନ୍ଦିବାର କାରଣ ପଚାରିଲେ । ଝିଅଟି କହିଲା, ମୁଁ ଘରକୁ ଘିଅ ନେଇ ଯାଉଥିଲି । ଯାହା ଏବେ ତଳେ ଢାଳି ହୋଇଗଲା । ଏକଥା ମୋ ସାବତ ମା’ ଜାଣିଲେ ରାଗିବେ । ମୋତେ ମାଡ ମାରିବେ । କର୍ଣ୍ଣ କହିଲେ, ମୁଁ ତୁମକୁ ଆଉ ଏକ ପାତ୍ର ଘିଅ ଆଣିଦେବି । ହେଲେ ଝିଅଟି କହିଲା,ମୋର କେବଳ ତଳେ ଢାଳୀ ହୋଇଯାଇଥିବା ଘିଅ ହିଁ ଦରକାର । ଝିଅଟିର ଇଛା ପୂରଣ କରିବାକୁ ଯାଇ ଘିଅ ଢାଳି ହୋଇଥିବା ସ୍ଥାନରୁ ମାଟି ଉଠାଇଲେ କର୍ଣ୍ଣ । ଏହାପରେ ନିଜ ଶକ୍ତି ବଳରେ ସେହି ମାଟିକୁ ଚିପୁଡି ସେଥିରୁ ଘିଅ ବାହାର କରି ଝିଅକୁ ଦେଇଥିଲେ । ମାତ୍ର ଏହି ସମୟରେ କର୍ଣ୍ଣ ଏକ ସ୍ବର ଶୁଣିପାରିଲେ । ସେହି ସ୍ବର ଭୂଦେବୀଙ୍କର ଥିଲା । ଭୂଦେବୀ କହିଲେ, ଜଣେ ସାମାନ୍ଯ ଝିଅର ଇଛା ପୂରଣ କରିବାକୁ ଯାଇ ତୁମେ ଭୂମିକୁ ଏତେ କଷ୍ଟ ଦେଲ । ତୁମକୁ ଏହାର ଫଳ ଭୋଗିବାକୁ ପଡିବ । ଏହିପରି ଭୂମିରେ ଦିନେ ତୁମର ରଥର ଚକ ଫସିଯିବ । ଯେତେଚେଷ୍ଟା କଲେ ବି ଚକ ଭୂମିରୁ ବାହାରିଵ ନାହିଁ । ଏହି ସମୟରେ ତୁମେ ମୃତ୍ୟୁବରଣ କରିବ । ପର୍ଶୁରାମଙ୍କ ସହିତ ଭୂଦେବୀ ଏବଂ ବ୍ରାହ୍ମଣଙ୍କ ଅଭିଶାପ ଫଳିଲା । କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ କର୍ଣ୍ଣଙ୍କ ରଥର ଚକ ଫସିଗଲା । ସେ ଚକ ବାହାର କରୁଥିବା ସମୟରେ ଅର୍ଜୁନ ତାଙ୍କ ଉପରକୁ ଆକ୍ରମଣ କଲେ । କର୍ଣ୍ଣ ଏହାର ପ୍ରତିଜବାଵ ଦେଵାକୁ ଚାହୁଁଥିଲେ । ହେଲେ ମୃତ୍ୟୁ ସମୟ ନିକଟ ହୋଇ ସାରିଥିବାରୁ ତାଙ୍କର ଦିବ୍ଯାସ୍ତ୍ର କଥା ମନେ ପଡିଲା ନାହିଁ । ଏଭଳି ଏକ ସମୟରେ ଅର୍ଜୁନ ଦିବ୍ଯାସ୍ତ୍ର ପ୍ରୟୋଗ କରି କର୍ଣ୍ଣଙ୍କ ମୁଣ୍ଡ କାଟ କରିଥିଲେ । ମୃତ୍ୟୁ ପରେ କର୍ଣ୍ଣଙ୍କ ଆତ୍ମା ପୁଣିଥରେ ସୂର୍ଯ୍ୟଦେବଙ୍କ ଠାରେ ବିଲୀନ ହୋଇଯାଇଥିଲା ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ