ଲୁହ – ସରସ୍ଵତୀ ପଣ୍ଡା

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଅଜବ ଏ ଲୁହ ନିଜର ଠିକଣା
ତା’ ନିଜକୁ ଜଣା ନାହିଁ
କେତେବେଳେ ଗଡ଼େ ଦୁଃଖ ମୁହୂର୍ତ୍ତରେ
କେବେ ସୁଖେ ଯାଏ ବୋହି ।

ଦୁଃଖରେ ଛାତିଟା ଫାଟି ଯାଉଥିଲେ
କା’ ଆଗେ ହୁଏନା କହି
ସହିବି ହୁଏନା ଅସହ୍ୟ ବେଦନା
ଆଖିଦେଇ ଯାଏ ବୋହି ।

ନିର୍ଦୋଷ ଲୋକଟା ଦୋଷ ମୁଣ୍ଡାଇଲେ
କେହି ତା ଦୁଃଖ ବୁଝେନା
ଲୁହ ତାର ସାଥି ଆପଣାର ବନ୍ଧୁ
ତା’କୁ ସେ ଦୂରେଇ ଦିଏନା ।

ଛାଇ ପରି ସେ ରହିଥାଏ ସଦା
ସକଳ ପ୍ରାଣୀଙ୍କ ପାଖେ
ସମଭାଗୀ ହୁଏ ସବୁ ସମୟରେ
ସବୁ ଶୁଣେ ସବୁ ଦେଖେ ।

ନିରବରେ ଲୁହ ଢାଳି ଢାଳି ନାରୀ
ଜିଇଁ ଥାଏ ମରି ମରି ,
ମନର ବ୍ୟଥାକୁ ଲୁହରେ ମିଶାଇ
ପାରିହୁଏ ଦୁଃଖ ତରି ।

ଲୁହ ଅଛି ବୋଲି ଦୁଃଖି ମଣିଷ ଟା
ଦୁଃଖ କୁ ଭୁଲୁଛି ନିତି ,
ତା ପାଇଁ ଏଇ ସଂସାର ନାଟକେ
ଏତେ ରୋମାଞ୍ଚ ଭରିଛି ।

ସରସ୍ବତୀ ପଣ୍ଡା, ଶ୍ରୀରାମପୁର, ମଙ୍ଗଳପୁର, ଯାଜପୁର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ