ଦେଶୀ ହୋଇ ନୁହେଁ ସେହି ଦେଶୀ – ମମତା ନାୟକ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ହୋଇ ମଧ୍ୟ ଦେଶୀ
ନୁହେଁ ସେହି ଦେଶୀ
ଯଦି କହେ ଭାଷା ବିଦେଶୀ,
କେମିତି ଧାଡିରେ
ରଖିବା କାଢି ରେ
ନାମ ଦେଇ ଆମେ ସ୍ବଦେଶୀ !
ବିଦେଶୀ ବସନ
ବିଦେଶୀ ଭୋଜନ
ବିଦେଶୀ ଗୀତ ତା’ଭଜନ,
ହୋଇଲେ ନିଜର
ନିଜ ହୋଇ ପର
ପ୍ରମାଣ ନିଜେ ପର ଜନ ।
ଦେଶର ସଂସ୍କାର
ଅସ୍ତ ତା’ ଭାସ୍କର
ଜୀବନ ଚଳନ୍ତି ଚିନ୍ତାରେ,
ପ୍ରକୃତ ଈଶ୍ୱର
ପାଇବା ବେକାର
ସାକାର ବିଦେଶୀ ବାର୍ତ୍ତାରେ ।
ବାର୍ତ୍ତାଟା ଆମର
ମୁଖେ ହେଲେ ସାର
ଗୋଟିଏ ମା’ର ସନ୍ତାନ,
ଭାବ ହୀନିମାନ
ପ୍ରତି ପର ଜନ
ପ୍ରୀତି ଅମୃତର ମନ୍ଥନ !
ଧରଣୀ ମା’ଆମ
ଆମେ ସର୍ବେ ତା’ର
ସନ୍ତାନ ସମାନ ସୁନାମ,
କିନ୍ତୁ ଯେ ନିୟମ
ଅପମାନ ସମ
ପାଳିଲେ ପାଇବ ଦୁର୍ନାମ ।
ହୋଇ ସେ ଆପଣା
ହେବ ପରେ ଗଣା
ବଣିକ ନାମରେ ବାଳୁଙ୍ଗା
ଶସ୍ତା ତା’ଚିନ୍ତନ
ସର୍ବ ଗୁଣ ଜ୍ଞାନ
ଯେତେ ହେଲେ ବି ସେ ମହଙ୍ଗା ।
ମମତା ନାୟକ
ମସିହା ଖାଲି, କୃପାସିନ୍ଧୁପୁର,
ନିମଖଣ୍ଡି, ବ୍ରହ୍ମପୁର, ଗଞ୍ଜାମ
ଫୋନ୍ ନଂ-9399620232
