ବୋଉ କଥା ମନେପଡେ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ
ଦିଏ ସେ ଶୀତଳ ଛାୟା
ସେ ପଣତ ତଳେ ନଥାଏ ତ ଡର
ଆସୁ ଯେତେ ଝାଞ୍ଜି ବାଆ ।।

ରାତିରେ ବେଶି ଯେ ପାରେ ନାହିଁ ଶୋଇ
ରହିଯାଏ କାମେ ବାନ୍ଧି
ଆମ ସଭିଙ୍କ ମନ ସେ ଜିତି ନିଏ ପରା
ନାନା ପ୍ରକାର ର ରାନ୍ଧି।।

ମୋ ବୋଉ ମମତା ହୃଦ ନୀରବତା
ହୃଦୟ ପବିତ୍ର ଗୀତା
ତା ସ୍ନେହ ପରଶ ମୋ ପାଇଁ ଚନ୍ଦନ
ହୃଦେ ଭରେ ଶୀତଳତା।।

ଦିନ ରାତି ନାହିଁ କାମ କରୁଥାଇ
ସକାଳରୁ ସଞ୍ଜ ଯାଏ
ଦୁଃଖ ଓ କଷ୍ଟକୁ ଭୁଲାଇ ଦିଏ ସେ
ଓଠେ ହସ ଭରି ଥାଏ।।

ସମୟର ଶେଷ୍ ପରିଶ୍ରମ ପରେ
ଥକେ ନାହିଁ କେବେହେଲେ
ଅଭାବ ସାଥୀରେ ଯୁଦ୍ଧ କରୁଥାଏ
ଚାଲେ ତା କର୍ମ ପଥରେ ।।

କେତେ କେତେ ଥର ଦେଖେ ମୁଁ ଯେ ତାକୁ
ସବୁ ବେଳେ ଲାଗେ ନୂଆ
ମନେ ପଡେ ଆଜି ବୋଉ କଥା ମୋର
ତାର ସେ ଅମୃତ ଛୁଆଁ ।।

ଦେବବ୍ରତ ବାରିକ
ସମ୍ପାଦକ: ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ