ସେଇ ପୂରୁଣା ସକାଳ
କେଡେ ସୁନ୍ଦର ମୋ ଗାଆଁ ସକାଳ
ମାଟି ଚାଳଘର ଗାଈ ଗୁହାଳ
ମନେପଡେ ସେଇ ଶୀତର ବେଳ
ଖଳାବାରି ଆଉ ଧାନ କିଆରି
ଯାଇଛି ମରି
ଲାଜେ ଜର ଜର ନୂଆବୋହୁଟି
କରି ସାରିଲାଣି ବାସି ପାଇଟି
ଶାଶୁ ନଣନ୍ଦର ଶୁଭିଲା ପାଟି
ବଡ ଜାଆ ଡାକେ ଯିବାକୁ ତୁଠ
ନକର ମଠ
ମନ୍ଦିର ବେଢାରୁ ଶୁଭିଲା ଘଣ୍ଟ
ଝିଅ ବୋହୁଙ୍କର ହୁଅଇ ଭେଟ
କରିଛନ୍ତି ସର୍ବେ ଶିବ ଉପାସ
ସବୁ ଇଚ୍ଛା ତାଙ୍କ ହେବାକୁ ସତ
ନିର୍ଜଳା ବ୍ରତ
ହଳ ନେଇ ନାନା ବିଲକୁ ଗଲା
ନୂଆବୋଉ ଯାଇ ଭାତ ରାନ୍ଧିଲା
ଆମ ବିଦ୍ୟାଳୟ ଘଣ୍ଟି ଶୁଭିଲା
କାନ୍ଧରେ ବସ୍ତାନି ପାଦେ ସ୍ଳିପର
ଯାଏ ଶୀଘର
