ଆଜିର ଶିଶୁଟା – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆଜିର ଶିଶୁଟା
ସେଦିନର ଗୁରୁଶିଷ୍ୟ ପରମ୍ପରା ଇତିହାସ ପୃଷ୍ଠାଟା
ଯେବେ କରେ ଉନ୍ମୋଚନ…
ଆଖି ଝଲସିଯାଏ ଦେଖି
ଶିଶୁର ଗୁରୁଙ୍କ ପାଦପୂଜା,ଗୋସେବା
ସମିଧ ସଂଗ୍ରହ… ରନ୍ଧନ
ପ୍ରତିଦାନେ ସରାଗରେ ପାଉଥିଲା
ଅଯାଚିତ ଆଶୀର୍ବାଦ..
ଆଉ ଜୀବନଗଢିବାକୁ ଦିବ୍ୟଜ୍ଞାନ
ମାତ୍ର ଆଢୁଆଳରେ ଲୁଚି କାନ୍ଦୁଛି ସାନ୍ଦିପନିଙ୍କ ସପନ
ଶିଶୁ ଧକେଇ କାନ୍ଦୁଛି…
ଆଜି ସେସବୁ ନ ପାଇ ସେ ସାଜିଛି ଅକର୍ମଣ୍ୟ॥
ଆଜିର ଶିଶୁଟା
ଏବେର ସଂସ୍କାରିତ ଶିକ୍ଷା ବ୍ୟବସ୍ଥାକୁ ଯେବେ କରେ ଆବାହନ
ତା ପାଇଁ ଥୁଆ ଶିଶୁ,ଶିକ୍ଷା, ସୁରକ୍ଷାର ଅଧିକାର
ଅପରରେ ଗୁରୁଦେବଙ୍କ ପାଇଁ ଥାଏ
ଦକ୍ଷିଣାରୂପେ
ଜେଲ୍,ମୃତ୍ୟୁଦଣ୍ଡ ଅବା ନିଲମ୍ବନ ଭରା ଅପମାନ
ବାହୁନି କାନ୍ଦେ ଶିଶୁଟା…
ସତେ ଯେମିତି ସେ ପଙ୍ଗୁ, ଅଥର୍ବ, ଅଲୋଡା ଅନାଥ
ଭାଙ୍ଗିଯାଏ ଗାନ୍ଧୀଙ୍କର ମୌଳିକ ଶିକ୍ଷା ଦର୍ପଣ॥
ଆଜିର ଶିଶୁଟା
ସାଂପ୍ରତିକ ନ୍ୟାୟାଳୟର ଅଜବ ରାୟ ଶୁଣି
ଦୁଃଖରେ ହୁଏ ମ୍ରିୟମାଣ
ଯେଉଁ ପିତାମାତାଙ୍କର ସେ ଥିଲା ପ୍ରାଣ ସ୍ପନ୍ଦନ
ତା ହିତପାଇଁ କରିପାରିବେନି ଆକଟ
ଚିନ୍ତା ବି କରିପାରିବେନି ଶାରୀରିକ ବା ମାନସିକ ଦଣ୍ଡବିଧାନ
ସୁଧାରିବାକୁ ଗଢିବାକୁ ତା ଅମୂଲ୍ୟଜୀବନ
ସତରେ ଶୋଇ ପ୍ରମାଦ ଗଣୁଛି ଆଜିର ମହାଭାରତ ଓ ରାମାୟଣ॥
ଆଜିର ଶିଶୁଟା…
ବାହୁନି କାନ୍ଦୁଛି ଭାବି ତା’ର ଭାବି ଭବିଷ୍ୟତ
 ବେସାହାର ହୋଇ  କହୁଛି…
ଯେଉଁଠି ନାହିଁ ଭୟ, ଭକ୍ତି  ଓ ଭଲପାଇବା
ସେଠି ସ୍ୱପ୍ନ ପ୍ରାୟ ଆଶୀର୍ବାଦ ଓ ଆନ୍ତରିକତା
ଏହି ଶୂନ୍ୟ ବାସହୀନ ଚନ୍ଦନ ଲେପି
କେମିତି ଦୂରେଇବ ତା ନିଦାଘ ଜୀବନ
ପ୍ରଶ୍ନବାଚୀ ହୋଇ ଦେଖେ
ଆଗାମୀ ସୁଖ ସପନ
କହେ ଦେଖ ପରଖ ହେ ସମ୍ବିଧାନ…
ଏଇ କ’ଣ ଶିଶୁଦିବସରେ ଚାଚାଙ୍କ ବରଦାନ ?

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ