ଅଧିକାର – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଗାଆଁଠୁ ସହର ଛୋଟଠୁ ବୟସ୍କ
(ଆଜି) ସଭିଙ୍କର ଏକ ସ୍ୱର
ବଞ୍ଚିବୁ ବଢିବୁ ସୁରକ୍ଷିତ ହେବୁ
ଦିଅ ନ୍ୟାର୍ଯ୍ୟ ଅଧିକାର ॥
ତପଜପ ବଳେ ଆବେଗେ ସରାଗେ
ପିତା ମାତା ଦେଲେ ଜନ୍ମ
ମୌଳିକ ଆବଶ୍ୟକତା ଅପୂର୍ଣ୍ଣ ରଖିଲେ
ଲିଭିଯାଏ ତାଙ୍କ ନାମ ॥
ବିଦ୍ୟାଳୟ ସିନା ପୂଜାର ମନ୍ଦିର
ଶିଶୁ ଦେବାଦେବୀ ମୂର୍ତ୍ତି
ଯତନେ ଗଢିଲେ ଦେଖାଶୁଣା କଲେ
ଲଭିବେ ନିଶ୍ଚେ ସେ କୀର୍ତ୍ତି ॥
ନେତା ମନ୍ତ୍ରୀ ଆମ ସମ୍ପୂର୍ଣ୍ଣ ନିଜର
ତାଙ୍କୁ ନେଇ ସରକାର
ସଭିଙ୍କର ଦୁଃଖ ନ ବୁଝିପାରିଲେ
ଲାଗେ ନିଶ୍ଚେ ହାହାକାର ॥
ପୁଅ କାନ୍ଦୁଅଛି ଖାଦ୍ୟ ବସ୍ତ୍ର ପାଇଁ
ନହେଲେ ଖୋଜଇ ଭାଗ
ପିତାମାତା ପୁଣି ବୃଦ୍ଧାଶ୍ରମେ କାନ୍ଦି
ଆଇନ୍ କୁ ମାଗେ ଭୋଗ ॥
ଶ୍ରମିକ ଚାହେଁନା କ୍ରୀତଦାସ ହୋଇ
ବଞ୍ଚିଯିବ ଅତ୍ୟାଚାରେ
ନାରୀଜାତି ଚାହେଁ ସମ୍ମାନେ ବଞ୍ଚିବ
ଶୋଷଣର ଆରପାରେ ॥
ପିତା ମାତା ଗୁରୁ ଆମ ସରକାର
କରିଲେ ଯତ୍ନ ସୁରକ୍ଷା
ଆଇନ୍ ବିଦ୍ରୋହ ମାଗିପାରିବନି
କେବେ ଅଧିକାର ଭିକ୍ଷା ॥
ହେ ଶୁଦ୍ଧ ସମାଜ ସ୍ନେହ ପ୍ରେମେ ପାଳ
କରି ପ୍ରୀତି ଆବାହନ
ଅଧିକାର ଭୂତ ମନୁ ଶୂନ୍ୟ କରି
ତୃପ୍ତ କର ମନ ପ୍ରାଣ ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ