ଶିଶୁ କବିତା – ପ୍ରତିଭାରେ ଭିନ୍ନତା – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଦିନକର ଏକକଥା

ଗୁଣ୍ଡୁଚିମୂଷାଟେ ଥିରିଥିରିକରି
ମନ ଉଲ୍ଲାସରେ
ଚଢିଲାପାହାଡ ମଥା ।
ରାଗ ତମ ତମେପାହାଡ ଗରଜି
କହିଲା ଆଲୋହେ ଗୁଣ୍ଡୁଚିମୂଷା
ଏଡିକି ବକଟେ ଓଉକାତ ଭୂଲି
ବଡ ସାହାସରେ
 ଗଢୁଛୁ ମୋ ଦେହେ ବସା ।
ମୋ ସାଥେ ହେବୁ କି ସମ
ଫୁଙ୍କିଦେଲେ ତୁହି ଆକାଶେ ଉଡିବୁ
ଜାଣିଛୁ ଶକତି ମମ ।
ଗୁଣ୍ଡୁଚି ମୂଷାଟି କାନ୍ଦି କହିଥିଲା
ନିଶ୍ଚେ ତୁମେ ଖୁବ୍ ବଡ
ପାରିବ କୋଳିରୁ ଚୋପାଟେ ଛଡାଇ
ଦେଖାଉଛ ଏତେ ତୋଡ !
ଲାଜରେ ପାହାଡ ଗମ୍ଭୀର ହୋଇ
ନୂଆଁଇଲା ତାର ମଥା
ମୂଷାଟି କହିଲା, ରାଗିଲକି ବନ୍ଧୁ….
ଦୁଃଖ କର ନାହିଁ ……
ଇଏ କ’ଣ ଗୋଟେ କଥା,
ସଭିଙ୍କର ବୁଦ୍ଧି ସମାନ ନ ଥାଏ
ସବୁରେ ସଭିଙ୍କ ଦକ୍ଷତା ନ ଥାଏ
ପ୍ରତିଭାର ଏ ଭିନ୍ନତା
ଗର୍ବ ଅହଂକାର ଖର୍ବ ହେବା ପାଇଁ
ସୃଷ୍ଟିର ଏ ବିଭିନ୍ନତା ।
        ନାରାୟଣ ଚନ୍ଦ୍ର ସେନାପତି 
            ଜମ୍ଭରା,କେନ୍ଦୁଝର
         
   

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ