ଶହୀଦର ହସ୍ତାକ୍ଷର – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଲିଭିଗଲା ସିନା ବୀରତ୍ୱ ଦୀପାଳି

ତ୍ୟାଗୀଙ୍କର ଶ୍ରୀମନ୍ଦିରେ
ଭାରତମାତା ମୋ ଲୁଚି କାନ୍ଦୁଥିଲା
ବୁହାଇ ରୁଧୀର ଧାରେ।
ବଜ୍ରସମ ବାଣୀ ଅଦ୍ରିସମ ଦମ୍ଭ
ନଭସମ ଦେଶପ୍ରେମ
ଲମ୍ଫ ଦେଉଥିଲେ ସହିଂସ୍ର ଭଗତ
ରାଜଗୁରୁ ସୁଖରାମ।
ଭାଇ ଭଉଣୀଙ୍କ ସ୍ୱାଭିମାନ ପାଇଁ
ଢାଳିଲେ ଦେହୁ ରକତ
ବୈମାନ ଇଂରେଜ ସାଥେ ଲଢିମଲେ
କଲେନାହିଁ ମଥାନତ।
ଆଜିବି ଦିଶୁଛି ହସହସ ମୁହଁ
ମୁଖେ କହି ବନ୍ଦେ ମାତରଂ
ଫାଶୀ ଖୁଣ୍ଟେ ଝୁଲି ଅମର ହୋଇଲେ
ସତେ ସେ କେଡେ ମହାନ୍।
ଲାଗୁଛି ଯେମିତି କାନ୍ଦି ତିନି ଜଣ
କୁହନ୍ତି ଧିକ୍ ହେ ବୀର
ସିଂହ ଛୁଆ ହୋଇ ଶୃଗାଳ ପରାୟେ
ଗୋଲାମି କରୁଛୁ ଛାର।
ଆଜି ଏ ଦିବସେ ବୀର ଶହୀଦଙ୍କୁ
କୋଟି କୋଟି ନମସ୍କାର
ଆତ୍ମା ହୋଇ ଜନ୍ମ ଭାରତରେ ରଚ
ଶହୀଦର ହସ୍ତାକ୍ଷର।
      *ନାରାୟଣ ଚନ୍ଦ୍ର ସେନାପତି*
      *ଜମ୍ଭରା,କେନ୍ଦୁଝର*
  

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ