କବିତା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରଥମ ପ୍ରେମ
ବାସନ୍ତୀ ଲତା ଜେନା

କିଶୋରୀ ମନରେ ଉଛୁଳା ତରଙ୍ଗ
ଆଖି ତାର ନୀଳ କଇଁ
ଖୋଜି ବୁଲେ ଚକ୍ଷୁ ନୀଳ ସମୁଦ୍ରରେ
କିଶୋର ପାଇବା ପାଇଁ ll
ତଟିନୀ ସାଗର ଏକାଠି ମିଶିଲେ
ପ୍ରଥମ ପ୍ରେମ ତ ସେହି
କେତେ ଆଶା ସ୍ବପ୍ନ ମନେ ଘୁରି ବୁଲେ
ସାଥିରେ ରହିବା ପାଇଁ ll
ଆଖି ବୁଜି ଦେଲେ ମିଠା ସ୍ବପ୍ନ କେତେ
ଘୂରି ବୁଲେ କୁଞ୍ଜ ବନେ
ଆଖି ଖୋଲା ଥିଲେ ଭାବନାରେ ବସେ
ଖୁସି ନାହିଁ ତାର ମନେ ll
ପ୍ରଜାପତି ପରି ଗୋଲାପୀ ଡେଣା ତ
ରଙ୍ଗ ପ୍ରଥମ ପ୍ରେମର
ଗୋଲାପ କଳିକା କୋମଳ ପରଶ
ସୁବାସ ମହକ ତାର ll
ମୁକ୍ତ ଆକାଶର ବିହଙ୍ଗ ସିଏ ତ
ବାଧା କିଛି ମାନେ ନାହିଁ
ଗୁରୁ ଗୁରୁଜନ ଆକଟ କରିଲେ
କଥା ତାଙ୍କ ଶୁଣେ ନାହିଁ ll
ପ୍ରେମର ରଙ୍ଗ ଲାଗିଲେ ଡେଣାରେ
ଅନ୍ୟ ରଙ୍ଗ ଲୋଡ଼ା ନାହିଁ
ସପ୍ତ ରଙ୍ଗ ମିଶି ଏକ ରଙ୍ଗ ହୁଏ
ପ୍ରେମିକା ପ୍ରେମିକ ପାଇଁ ll
ପ୍ରେମର ରଙ୍ଗ ତୂଳିରେ ବୁଡାଇ
ଆଙ୍କେ ଯେବେ ପ୍ରତିଛବି
ସ୍ନେହ ଶ୍ରଦ୍ଧାର ମହକ ଭରେ
ଶାଶ୍ୱତ ପ୍ରେମର ରବି ll
ପ୍ରେମ ଚିରନ୍ତନ ଶାଶ୍ୱତ ସୁନ୍ଦର
ଶୃଙ୍ଖଳାରେ ରହି ଥାଏ
ଫୁଲ ପରି ସେତ କୋମଳ ପରଶ
ଅତୁଟ ବିଶ୍ୱାସ ଥିଲେ ll
——- * —–
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ, : 8658655979


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ