କବିତା – ଅଦେଖା ନିଆଁ – ସିଦ୍ଧେଶ୍ଵର ତ୍ରିପାଠୀ

ଯେତେ ଲୁହ ଥିଲା ଝରିଗଲା
ସପନ ଗୁଡାକ ମରିଗଲା
ପ୍ରେମ ରାଇଜର ରାଜ କୁମାରଟା
ଛଳନା ନଗରେ ହାରିଗଲା
ଯେତେ ଲୁହ ଥିଲା ଝରିଗଲା – –
ବିଶ୍ୱାସ ପବନ ଥିଲାଛୁଇଁ
ଲାଜେ ଆଖି ପତା ଗଲା ନଇଁ
ମନ ଅଗଣାରେ ଉଇଁ ଥିବା ଜହ୍ନ
ଦିନେ ଅନ୍ଧାର କରି ଗଲା
ଯେତେ ଲୁହ ଥିଲା ଝରିଗଲା – – – –
ପ୍ରୀତି ସରାଗ ସାଗର ଶୁଖି ଯାଏ
ଏଇ ଅଲୋଡ଼ା ଜୀବନ ଏକା ହୁଏ
ପଦିଏ କଥାରେ ଏଇ ଦେହସାରା
ଛଳନାର ବିଷ ଚରିଗଲା
ଯେତେ ଲୁହ ଥିଲା ଝରିଗଲା – – –
ଆସିଥିଲା ଗୋଟେ ଚିଟାଉ
ତାକୁ ସଅଳ ଫିଟାଉ ଫିଟାଉ
ଦି ଚାରିଟା ଧାଡି ପଢ଼ିଦେଲା ପରେ
ସତେ ସବୁକିଛି ସରିଗଲା
ଯେତେ ଲୁହଥିଲା ଝରିଗଲା – – –
ରଚନା : ସିଦ୍ଧେଶ୍ବର ତ୍ରିପାଠୀ
ଠିକଣା : ଖୋର୍ଦ୍ଧା, ଦୂରଭାଷ : 8018646704
