କବିତା – ଜଗନ୍ନାଥ ଜଣାଣ – ଭଜରାମ ସେଠୀ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏ ଶରୀର ମୋର ଧୂଳି ହୁଅନ୍ତା କି
ତୋ ବଡଦାଣ୍ଡରେ
ପ୍ରଭୁ …….ତୋ ବଡ ଦାଣ୍ଡରେ
ତୋ ରଥଗଡନ୍ତା , ପ୍ରଭୁ ……
ଭକତେ ନାଚନ୍ତେ
ତାଥେୟା ତାଥେୟା
ଏ ଧୂଳି ଶରୀରେ
ଏ ଶରୀର ମୋର …….(ଘୋଷା)

ଭକତ ପାଦକୁ ମୁଣ୍ଡ ପାତିଥାନ୍ତି
ଭକତର ଦାସ ହୋଇ
ଏଡ଼େ ଭାଗ୍ୟ ମୋର ପ୍ରଭୁ ……..
ଦେବେ କି ଗୋସାଇଁ
ନାଚିବି ଆନନ୍ଦେ
ଭକତ ପାଦରେ
ଏ ଶରୀର ମୋର ଧୂଳି ହୁଅନ୍ତି କି….(୨)

ସୁଖୀ ହୋଇଥାନ୍ତି ତୋ’ ରଥର ତଳେ
ଜଗନ୍ନାଥ ନାମ ଶୁଣି,
ଏଡ଼େ ପୁଣ୍ୟ ମୋର ପ୍ରଭୁ ……
ହେବ କି ଗୋସାଇଁ
ମୁକତି ପାଇବି
ତୋ ବଡ଼ ଦାଣ୍ଡରେ
ଏ ଶରୀର ମୋର ଧୂଳି ହୁଅନ୍ତା କି ….(୩)

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ