କବିତା – ଲୁହ ନା ଲହୁ – ଶୁଭଲକ୍ଷ୍ମୀ ବିରଞ୍ଚି ଦାସ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ସେ ଲୁହ, ଗୋଟିଏ ମାଆର….
ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
ହୁଏ ତ ପୁତ୍ର, ନ ହେଲେ କନ୍ୟାର ଅବୟବ ଧାରଣାରେ ତା’ର ମାତୃତ୍ଵର ଆରମ୍ଭ….
ଫରକ୍ ଥାଏ,
ପୁଅ ହେଲେ ଘରେ ହର୍ଷ ଉଲ୍ଲାସର ବାତାବରଣ,
ଆଉ ଝିଅ ହେଲେ “ବୋଝ” ନାମକ ଶବ୍ଦରେ ପ୍ରଦୂଷଣ….
ସେ ମାଆ ନୀରବରେ ଆଖିର ଲହୁକୁ ପିଇ ଯାଏ,
କାରଣ ସେ ପରା ପାତର ଅନ୍ତର କରି ଶିଖିନି !!!!

ସେ ଲୁହ, ଗୋଟିଏ ମାଆର….
ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
ଆଉ ଦିନେ ହର୍ଷ ଉଲ୍ଲାସର ବାତାବରଣରେ ଶୁଭେଚ୍ଛା ଜଣାଉଥିବା ଲୋକମାନେ ଛିଃ ଛିଃ କରନ୍ତି,
କାରଣ ସେ କୁଳନନ୍ଦନ ଗୋଟିଏ ନାରୀ ମାଂସ ଲୋଭୀ ରାକ୍ଷସ ପାଲଟିଥିଲା,
ତା’ର ଆଉ ଗୋଟିଏ ରୂପ “ଝିଅ” ର କୋମଳତାକୁ ନିଜ କାମନାର ଅନଳରେ ଭସ୍ମୀଭୂତ କରିଦେଲା….
ସେ ମାଆ ପୁଣି ନୀରବରେ ନିଜ ଆଖିର ଲହୁକୁ ପିଇ ଯାଏ,
କାରଣ ସେ ପରା ଧିକ୍କାର ବି କରି ପାରିବ ନାହିଁ !!!!

ସେ ଲୁହ, ଗୋଟିଏ ମାଆର….
ଯିଏ ଦଶ ମାସ କଷଣ ସହି ଦୁଇଟି ନୂଆ ଜନ୍ମ ଦିଏ,
“ଝିଅର ମାଆ” – ତା କୋଳ ଖାଲି….
“ପୁଅର ମାଆ” – ତା କୋଳ ବି ଖାଲି….
ଏ ନୀରବତାର ଅଭିଶାପ ତାକୁ ଜନ୍ମରୁ ହିଁ ମିଳିଛି,
କାରଣ ସେ ନାରୀ….
ଯୁଗେ ଯୁଗେ ତା’ର ସ୍ୱାଭିମାନକୁ ବଳି ଦେଇ
ଏ ସମାଜ ତାକୁ ହିଁ ଦୋଷୀ କରିଛି !!!!


ରଚନା : ଶୁଭଲକ୍ଷ୍ମୀ ବିରଞ୍ଚି ଦାସ

ଠିକଣା : କଟକ ଦୂରଭାଷ : ୯୭୭୭୪୭୪୧୧୪


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ