ଶ୍ରମିକ – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ଶ୍ରମିକ
ମୁଣ୍ଡର ଝାଳ ତୁଣ୍ଡରେ ମାରି
ତୁମକୁ ଯୋଗାଏ
ତୁମର ନିତ୍ୟ ବ୍ୟବହାର୍ଯ୍ଯ ଉପକରଣ l
ମୁଁ ଶ୍ରମିକ
ଇଟା ଗଢେ
ତୁମପାଇଁ ତିଆରି କରେ
ତ୍ରି ତକ କୋଠା
ରଜ ରାସ୍ତା, ରେଳ ଲାଇନ ll

ମୁଁ ଶ୍ରମିକ
ମୁଁ ସହେ କଲ କାରଖାନା ର ବିଷାକ୍ତ ଗ୍ୟାସ
ମୁଁ ସହେ ବ୍ରଏଲରର ପ୍ରରଚଣ୍ଡ ଉତ୍ତାପ
ମୁଁ ମୁଣ୍ଡାଏ କୁଇଣ୍ଟାଲ କୁଇଣ୍ଟାଲ ଓଜନର
କୋଇଲା ଧାତବ ପଦାର୍ଥ ଆଦି ।
ମୋର ସ୍ବପ୍ନ ନୁହେଁ
ସାଚଚାଳା କୋଠା ଗଢିବା
ଶୀତତାପ ନିୟନ୍ତ୍ତୀତ ଗାଡ଼ି କିଣିବା
ମୋର ଏ ଜୀବନ ସଂଘର୍ଷ
କେବଳ ପିଠିକୁ ଖଣ୍ଡେକନା,ପେଟକୁ ଗଣ୍ଡେ ଦାନା ଲାଗି ।

ଗାଁ ଛାଡ଼ି ଆସିଥିଲି
ଦି ପଇସା ରୋଜଗାର କରି
ପରିବାରକୁ ମୁଠେ ଦାନା ଯୋଗାଇ
ସାହୁକାରୀ ଋଣ ପରିଶୋଧ ପାଇଁ
ହେଲେ ପ୍ରଚଣ୍ଡ ମହାମାରୀ
ହେଲା ମୋ ଭଗାରୀ
ବୁଡ଼ାଇଲା ଜୀବିକା ମୋହର
ଭାଙ୍ଗିଦେଲା ଅସୁମାରୀ ଆଶା
ସାରା ବିଶ୍ୱେ ଚାଲେ ଲଗ ଡାଉନ l
ପୁଞ୍ଜିପତି, ପ୍ରଭାବଶାଳୀ ଲୋକଙ୍କ
ଘର ବାହୁଡା଼ କୁ
ସରକାର ଦିଅନ୍ତି ଉଡ଼ାଜାହାଜ
ହେଲେ, ମୁତ ଅଲୋଡ଼ା ଅଖୋଜା
ପୋକ ମାଛିଠୁ ହୀନ ମୋଜୀବନ ।।

ମୋତେ ଦରକାର ନାହିଁ ଆକାଶ ପଥ
ମୋ ପାଇଁ ସଡ଼କ ଓ ରେଲପଥ
ଅଟଇ ଯଥେଷ୍ଟ ।
ହେଲେ ମୋ ଘର ବାହୁଡ଼ା ପାଇଁ
ବସ ଟ୍ରେନ ଭଡ଼ା ସହ
ଖାଦ୍ଯ ପେୟ ଖର୍ଚ୍ଚ
ମୋ ସରକାରଂକୁ ହେଉଛି ନିଅଣ୍ଟ ।।

ଶ୍ଯାମସୁନ୍ଦର କୁମ୍ଭାର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Benudhar Surujal
ବଣମଲ୍ଲୀ ପାଠକ
Benudhar Surujal
1 ବର୍ଷ ପୂର୍ବରୁ

ହୃଦୟସ୍ପର୍ଶୀ କବିତା

Shyamsundar Kumbhar
ବଣମଲ୍ଲୀ ପାଠକ
Shyamsundar Kumbhar
1 ବର୍ଷ ପୂର୍ବରୁ
ଉତ୍ତର ଦିଅନ୍ତୁ  Benudhar Surujal

ଧନ୍ୟବାଦ