କବିତା – ତଥାପିବି ତୃଷ୍ଣା କଣ୍ଠେ – ତପନ ଦୀକ୍ଷିତ (ବେଳାଭୂମି)

ରୂପ ସହରରେ ଅସରା ଝରୁଛି
ତଥାପିବି ତୃଷ୍ଣା କଣ୍ଠେ
ଲାଗେ ଶୋଷେ ଶେଷ ହୋଇ ନଯାଏଁ ମୁଁ
ସେ ସହର ଉପକଣ୍ଠେ’
ଶ୍ରାବଣ ସୁନ୍ଦରୀ ଜାଳୁଥିବ ବସି
ପ୍ରୀତିର ଦୀପାଳି ଥୋଇ
କାଳ ବଇଶାଖୀ ଜଳି ଯାଉଥିବ
ଋତୁର ଦୁହାଇ ଖାଇ,
ଥିବ………
ବରଷା ବୁନ୍ଦାରେ ମହୁଲିର ନିଶା
ସୁରା ସୁରାହୀ ରେ ଘନ
ମଧୁପାୟୀ ଯେତେ ମଧୁସ୍ନାନେ ଥିବେ
ମଧୁଶାଳା ଥିବ ଶୂନ୍ୟ ।।
ଦୁହାଇ(ହିନ୍ଦୀ) ରାଣ

ପଢିବାକୁ ଭୁଲନ୍ତୁ ନାହିଁ
ରଚନା : ତପନ ଦୀକ୍ଷିତ(ବେଳାଭୂମି)
ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ, ଦୂରଭାଷ : 9537400744
