ମୋ ଗାଁ ମୋ ଉତ୍କଳ ମାଟି – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ଉତ୍କଳ ମାଟି ପୂର୍ଣ୍ୟ ତୀର୍ଥ ମୋର
ଜନମିଲି ତା କୋଳର
ମୋ ଗାଆଁର ମାଟି ସବୁଠୁ ସୁନ୍ଦର
ସବୁଜିମା ଭରପୂର l 1l
ମୋ ଗାଆଁର ଲୋକ ଭାଇ ଚାରା ନେଇ
ଏକାଠି ମେଳି ହୁଅନ୍ତି
ପୁନେଇ ପରବ ପାଳନ କରନ୍ତି
ଗଣ୍ଡ ଗୋଳ ନ କରନ୍ତି l 2l
ସୁଖରେ ଦୁଃଖରେ ଠିଆ ହୋଇ ଥାନ୍ତି
ଜଣେ ଜଣଙ୍କ ପାଖର
ଭଲ ମନ୍ଦ କଥା ବୁଝିଣ ଥାଆନ୍ତି
ଭାବି ନିଜ ପରିବାର l 3l
ଏ ଉତ୍କଳ ମାଟି ଗୌରବ ମୟ
ପୁରାଣ ବର୍ଣ୍ଣିତ ସାର
ଉତ୍କଳ ମାଟିରେ ଜଗନ୍ନାଥ ଧାମ
ନେତ ଉଡେ ଫରଫର l 4l
ଦାରୁ ବ୍ରହ୍ମ ରୂପେ ପୂଜିତ ହୁଅନ୍ତି
ରତ୍ନ ସିଂହାସନେ ନିଜେ
ଜଗନ୍ନାଥ ରଥ ପୃଥିବୀ ପ୍ରସଦ୍ଧ
ଅଧାଗଢା ରୂପ ନିଜେ l 5l
ଅର୍କ କ୍ଷେତ୍ର ଅଟେ କୋଣାର୍କ ମନ୍ଦିର
ସୂର୍ଯ୍ୟ ଦେବତାଙ୍କ ବାସ
ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ ସେ ପାଇଛି
କାରୁ କାର୍ଯ୍ୟ ପୂର୍ଣ୍ଣ ଅଙ୍କ l 6l ଖଣ୍ଡ ଗିରି ଆଉ ଉଦୟ ଗିରିର
ହାତୀ ଗୁମ୍ଫା ରାଣୀ ଗୁମ୍ଫା
ଇତିହାସେ ସ୍ଥାନ ତାହାର ଯେ ଅଛି
ନୁହେଁ ମୋର ମାଟି ଫମ୍ପା l 7l
ନୀଳ ଗିରିର ଯେ ପଥର ବାସନ
କଟକରେ ତାର କଷି ପିପିଲି ଚାନ୍ଦୁଆ ମନ ମୋହି ନିଏ
କିଣି ନିଅ ସର୍ବେ ଆସି l 8l
ଆଷାଢ଼ ମାସରେ ସାଧବ ପୁଅ
ଯାଉଥିଲେ ଦୂର ଦେଶେ
ଧନ ରତ୍ନ ଧରି ଫେରି ଆସୁଥିଲେ
କାର୍ତ୍ତିକର ମାସ ଶେଷେ l 9l
ଉତ୍କଳ ମାଟିରେ ପୂଜା ବ୍ରତ ହୁଏ
ବାର ମାସେ ତେର ଯାତ
ଲଷ୍ମୀ ପୂଜା ହୁଏ ଦୁର୍ଗା ପୂଜା ହୁଏ
ଶିବ ରାତ୍ରି ମେଳା ଖ୍ୟାତ l 10l
ଶ୍ରୀ ଗଣେଶ ପୂଜା ସରସ୍ଵତୀ ପୂଜା
ତା ସାଥେ ରଜ ପାଳନ
ରଜ ଦୋଳି ଗୀତ ସତେ କି ମଧୁର
ଗାଇବା ମନ ଉଚ୍ଛନ l 11l
ମୋ ଗାଆଁର ମାଟି ବାସ୍ନା ସୌରଭିତ
ଭୁଲିବା ସହଜ ନୁହେଁ
ମାଟିର ମମତା ପୁଲକ ଯୋଗାଏ
ପ୍ରାଣ ଶୀତଲତl ରହେ

ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ନବରଙ୍ଗପୁର, ମୋ :8658655979

Leave a Reply

Your email address will not be published. Required fields are marked *