ସତର୍କ ଘଣ୍ଟି – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୋର୍ଟ ବନ୍ଦ କଚେରୀ ବନ୍ଦ
ବନ୍ଦ ପରା ଭାଟି
ନାଲିଆ ପାଣି ମିଳୁନି ଭାଇ
ଶୁଖିଗଲାଣି ତଣ୍ଟି
ସ୍କୁଲ ବନ୍ଦ କଲେଜ ବନ୍ଦ
ବଜାର ବନ୍ଦ ଏଠି
କୋଉ ଛକରେ ନିଇ ତି ବସି
କରିବେ ଗୁଲି ଖଟି
ଘରେ ରହିଲେ ଘରଣୀ କହେ
ଚୁପ କର ପାଟି
ବାହାରକୁତୁ ବୁଲି ଗଲେ
ପୋଲିସର ସିଟି
ସମସ୍ତେ ଏଠି ଅନା ଅନି
ଖୋଲୁ ନାହିଁ କା ପାଟି
ଆଖି ଦୁଇଟି ଦିଶୁଛି ସିନା
ମୁହଁରେ ପରା ପଟି
ଘରେ ଭାଇନା ବସି ବସିକି
ବିନ୍ଧୁଛି ଅଣ୍ଟା ପିଠି
ହାଉଆ ଖିଆ ମଣିଷ ଗୁଡା
ହେଲେଣି ଛାଟିପିଟି
ପାର୍କ ଗୁଡା ଫାଙ୍କା ପଡିଛି
ପ୍ରେମ ପାଇଛି ଛୁଟି
ପ୍ରେମୀ ଯୁଗଳ ଲେଖିବେ ବସି
ବିରହର ଚିଠି
ଯାନି ଯାତରା ବିବାହ ବ୍ରତ
ସବୁ ବନ୍ଦ ଏଠି
ତାଗିଦ ଚାଲେ ବେଶି ଲୋକ
ହେବେନି ଏକାଠି
ଖୋଲି ଯାଇଛି ସରକାରଙ୍କ
ସାହାଯ୍ୟର ପାଣ୍ଠି
ସରକାରଙ୍କ କଥା ମାନିବି
ହେବି ନାହିଁ ମୁଁ ନଟି
ବଜେଇ ଦେଲେ ଆମରି ପାଇଁ
ସତର୍କର ଘଣ୍ଟି
————————————
ଭାରତୀ ସାହୁ, ମାର୍ଫତ -ଦୀପ୍ତିକାନ୍ତ ସାହୁ
ଯୁନିଦାପାଟଣା, ଦଶରଥପୁର
ଯାଜପୁର, ଦୂରଭାଷ, -7855841101


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Bharati Sahoo
ବଣମଲ୍ଲୀ ପାଠକ
Bharati Sahoo
1 ବର୍ଷ ପୂର୍ବରୁ

କବିତାଟି ଅତି ଶିକ୍ଷଣିଅ ହୋଇଛି (vikrant sahoo )

Bharati Sahoo
ବଣମଲ୍ଲୀ ପାଠକ
Bharati Sahoo
1 ବର୍ଷ ପୂର୍ବରୁ

କବିତାଟି ଅତି ଶିକ୍ଷଣିଅ ହୋଇଛି (vikrant sahoo ) ଦଶରଥପୁର, ଯାଜପୁର