କବିତା – ମୁଁ ଯେଉଁଦିନ ମୁଁ ରହିବିନି – ତପନ ଦୀକ୍ଷିତ (ବେଳାଭୂମି)

ଲେଖକ ପରିଚୟ

ତପନ ଦୀକ୍ଷିତ
ନାସିକେଶ୍ଵର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ଯେଉଁଦିନ ମୁଁ ରହିବିନି
ଭାବି ଭାବି କଥା ତୁମ
ପବନେ ଲାଗିବ ପୂବେଇ ଛୁଆଁଟା
ଋତୁ ଥିବ ବଦନାମ,
ତୁମେ ଆସୁଥିବ କୁଆଁରୀ ଘାଟରୁ
ପହିଲି ଗାଧୁଆ ସାରି
ଜୁଡୁବୁଡୁ ଥିବ କୁଆଁରୀ ଦେହଟା
ପାଣି ପଡ଼ୁଥିବ ଝରି,
ଚୁନା ଘାସଫୁଲ ସଜ ହେଉଥିବେ
ତୁମ ପାଦ ଅଳତାରେ
ମୋ ଦେହରେ ଥିବ ଅନଙ୍ଗ ଅନଳ
ତୁମେ ଆସୁଥିବ ଧୀରେ।।

ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ