ମିଛ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଭଗବାନଙ୍କ ସୃଷ୍ଟିର ସତ୍ୟ ସଂସାରରେ ଆଜି କାଲି ମିଛର ପାଦୁର୍ଭାବ ବଢି ବଢି ଚାଲିଛି l ଅନେକ ଲୋକ ଏସଂସାର ରେ ଅଛନ୍ତି, ପ୍ରତି ପଦ କ୍ଷେପରେ ମିଛ କହନ୍ତି l ସତେ ଯେପରି ମିଛ କହିବା ତାଙ୍କର ଜନ୍ମ ଗତ ସ୍ଵଭାଵ l ମିଛ କହି ସେ ଖୁସି ପାଆନ୍ତି l ଛୋଟ ଛୋଟ କଥାକୁ ଏମିତି ବଢ଼େଇ ଚଢେଇ କହନ୍ତି ସେ ସମସ୍ତଙ୍କର ପ୍ରିୟ ହେବା ପାଇଁ l ଗୋଟିଏ ମିଛ କହିବାକୁ ଯାଇ ଅନେକ ମିଛର ଆଶ୍ରୟ ନେଇ ଥାନ୍ତି l ନିଜେ ବହୁସ୍ଫୋଟ ମାରନ୍ତି l ନିଜେ ଭଲ ବୋଲି ଦେଖେଇ ହେବାର ବଡ଼ ପଣ କରି ଥାନ୍ତି l ସତରେ କେହି କଣ ମିଛ କହି ବଡ଼ ହେଲେଣି ? ସତ ସବୁ ବେଳେ ସତ l ଆଉ ମିଛ ସବୁ ବେଳେ ପାଇଁ ମିଛ l ସତ୍ୟର ସ୍ୱରୂପ ଗୋଟିଏ , ଆଉ ମିଛର ସ୍ୱରୂପ ଅନେକ l ମିଛ ଭୁଲ ବାଟକୁ ନେଇ ଯାଏ l ଅସତ୍ୟ, ଅଧର୍ମ ଧର୍ମ ଉପରେ ଭରି ପଡି ଯାଏ l କିନ୍ତୁ ଦିନ ଆସେ ସତ୍ୟର ଉନ୍ମୋଚନ ହୁଏ l ମିଛ ଯେତେ ବାଟ କାଟି ଗଲେ ମଧ୍ୟ ସେ ଧରା ପଡି ଯାଏ l ସତେ ବେଳେ ଲୋକେ ତାଙ୍କୁ ଅବିଶ୍ଵାସ କରନ୍ତି l ସେ ସମାଜରେ ଗୋଟିଏ ମିଛୁଆ ବ୍ୟକ୍ତି ଭାବରେ ପ୍ରତି ପାଦିତ ହୁଏ l ମିଛୁଆ ବ୍ୟକ୍ତି ଆଖିରେ ଆଖି ମିଶାଇ କଥା କହିବାକୁ ସାହସ କରି ପାରେ ନାହିଁ l ସେ ନିଜକୁ ଭଲ ବୋଲି ପ୍ରତି ପାଦନ କରିବା ପାଇଁ କହେ ମୁଁ ଭଗବାନଙ୍କୁ ବିଶ୍ୱାସ କରେ l ମିଛ କହି ଲୋକଙ୍କୁ ଏମିତି ବିଶ୍ୱାସ ଦିଏ ଯେ ଲୋକେ ତା କଥାକୁ ଶୁଣନ୍ତି l ତାକୁ ସାହାଯ୍ୟ କରନ୍ତି l କିନ୍ତୁ ଏତ କଳି ଯୁଗ l ସବୁ ଦିନେ ନାହିଁ ଛନ୍ଦିନୀ ରାତି, ସବୁ ଦିନେ ନାହିଁ ଭାବ ପୀରତି l

“ମିଛର ଭୂଷଣ ପିନ୍ଧଇ ଯିଏ
ଅକାଳେ ସମ୍ମାନ ହରାଏ ସିଏ
ମିଛୁଆ ଅଟଇ ଦୂଷିତ ବ୍ୟକ୍ତି
ତାଙ୍କ ଠାରେ ତିକ୍ତ ରହିଛି ଭୀତି
ମିଛୁଆ ନୁହଇଁ କେବେ ସଜନ
ସାବଧାନ ରୁହ ହେ ଜ୍ଞାନୀ ଜନ”

ସଜନ ବ୍ୟକ୍ତି ଯେମିତି ଥାନ୍ତି ସେ ନିଜକୁ ସେମିତି ଦେଖାଇ ଥାନ୍ତି l ସେ ଗର୍ବ କରନ୍ତି ନାହିଁ କି ଆଡମ୍ବର ଦେଖନ୍ତି ନାହିଁ l ବିଶ୍ୱାସ ଓ ପ୍ରେମ ଏକା ସାଙ୍ଗରେ ଥାଏ l ଯେଉଁଠି ବିଶ୍ୱାସ ସେଇଠି ପ୍ରେମ l ସେଇଠି ଭଗବାନ ଥାନ୍ତି l ବେଳେ ବେଳେ ମିଛ ପାଇଁ ସମ୍ପର୍କ ତୁଟି ଯାଇ ଥାଏ l ପରିବାର ନଷ୍ଟ ହୋଇ ଯାଏ l ଯେଉଁ ବ୍ୟକ୍ତି ସଦା ସର୍ବଦା ମିଛ କହନ୍ତି , ଭଗବାନ ତାଙ୍କର ପୂଜା ଗ୍ରହଣ କରନ୍ତି ନାହିଁ l କାରଣ ଭଗବାନ ନିଜେ ସତ୍ୟ, ସୁନ୍ଦର, ସନାତନ ଓ ସଚ୍ଚିଦାନନ୍ଦ l ଏକଥା ପୁରାଣରେ ଲେଖା ଅଛି l ମିଛରେ ସୃଷ୍ଟି ହୋଇ ଥିବା ସମ୍ପର୍କ ମଧ୍ୟ ତିଷ୍ଠି ରହେ ନାହିଁ l ମିଛ କହିଲେ ସତରେ କଣ ଖୁସି ମିଳେ ? ଶାନ୍ତି ମିଳେ ? ସୁଖ ନିଦ୍ରା ଆସେ ? ଯେଉଁ ବ୍ୟକ୍ତି ନିଜର କର୍ତ୍ତବ୍ୟ କରେ ନାହିଁ ସେ ମିଛ କହି ଥାଏ l

ମିଛୁଆ ବ୍ୟକ୍ତି ସବୁ ବେଳେ ମିଛ କହୁ ଥାଏ l କିନ୍ତୁ ଏମିତି ଦିନ ଆସେ ସେ ସମସ୍ତଙ୍କ ପାଇଁ ଅପ୍ରିୟ ହୁଏ l ତାର କଥାକୁ କେହି ବିଶ୍ୱାସ କରନ୍ତି ନାହିଁ l ଏହି ପରିପେକ୍ଷୀରେ ମୁଁ ଗୋଟିଏ ଗପ କହିବି l ଗୋଟିଏ ଗାଁର ମାଆ ପୁଅ ଦୁଇ ଜଣ ରହୁ ଥିଲେ l ତାଙ୍କର ଅବସ୍ଥା ସ୍ୱଚ୍ଛଳ ନ ଥିଲା l ମା ଅନ୍ୟ ଘରେ କାମ କରେ, ପୁଅ ଗାଈ, ଛେଳି ଚରାଇବାକୁ ଯାଏ l ପୁଅ ଗୋପାଳ ଭାବିଲା ଆଜି ମୁଁ ମଜ୍ଜା କରିବି l ତା ପରେ ସେ ଜୋରରେ ଡାକ ପକାଇଲା l ରକ୍ଷା କର, ରକ୍ଷା କର l ବାଘ ଆସିଲା ବାଘ ଆସିଲା l କ୍ଷେତରେ କାମ କରୁଥିବା ଲୋକମାନେ କାମ ଦାମ ଛାଡ଼ି ଠେଙ୍ଗା ବାଡ଼ି ଧରି ତା ପାଖରେ ଆସି ପହଁଚିଲେ l ଦେଖିଲେ, ଗୋପାଳ ଠୋ ଠୋ ହୋଇ ତାଳି ମାରି ହସୁଛି l ଲୋକ ମାନେ ତା ଉପରେ ବିରକ୍ତ ହୋଇ ଫେରି ଗଲେ l ସତକୁ ସତ ଦିନେ ଗାଈ ଛେଳି ଚରାଉ ଥିବା ବେଳେ ବାଘ ଆସିଲା l ପିଲାଟି ଜୋରରେ ଡରରେ ଡାକ ପକାଇଲା l ବାଘ ଆସିଲା ବାଘ ଆସିଲା, ରକ୍ଷା କର ରକ୍ଷା କର l ଲୋକ ମାନେ ତାର ଡାକ ଶୁଣିଲେ, କିନ୍ତୁ ମିଛ ଭାବିଲେ l କେହି ହେଲେ ଆସିଲେ ନାହିଁ l ପିଲାଟି ପ୍ରାଣ ବଞ୍ଚାଇବା ପାଇଁ ପାଖରେ ଥିବା ଗୋଟିଏ ଗଛ ଉପରେ ଚଢି ଗଲା l ବାଘ ତାର ଛେଳିକୁ ମାରି ରକ୍ତାକ୍ତ କରି ଦେଲା l ପିଲିଟି ବହୁତ କାନ୍ଦିଲା l ମିଛ କହି ସେ ଯେଉଁ ଭୂଲ କରି ଥିଲା ଅନୁତାପ କଲା l ମିଛ କହୁ ଥିବାରୁ ସେ କାହାର ସାହାଯ୍ୟ ପାଇ ପାରିଲା ନାହିଁ ବୋଲି ଭାବିଲା l ତାପରେ ମିଛ କହିବା ଛାଡ଼ି ଦେଲା l ବିଶ୍ୱାସରେ ଭଗବାନ ବସନ୍ତି l ସତ୍ୟ କହିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି l ବିପଦରେ ସେ ଆମକୁ ସାହାଯ୍ୟ କରନ୍ତି l ତେଣୁ ମିଛ ଛାଡ଼ି ସତ କହିବା, ଧର୍ମ କ୍ଷେତ୍ରରେ ଆଗେଇ ଯିବା, ସ୍ଵଛ ମନରେ ଅନ୍ୟକୁ ସାହାଯ୍ୟ କରିବା l ” ମୋ ଗପଟି ଏତିକି
ଫୁଲ ଫୁଟେ କେତକୀ ”

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *