କବିତା – ଅବ୍ୟକ୍ତ ଅସହ୍ୟ ଅକୁହା କ୍ଷତ – ପ୍ରଣତି ମହାପାତ୍ର

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅସରା ଅସରା ଲୁହକୁ 
ଆଞ୍ଜୁଳା ଆଞ୍ଜୁଳା କରି
ପିଇ ପିଇ ଆଜି ମୁହିଁ
ବୈଶାଖ ମାସର ଭୂଇଁ ପରି
ଟାଣ ଶକ୍ତ ହୋଇବି
ଆଉ ସହି ପାରୁନି।
କାହିଁକି କେଜାଣି ମୋ ଅଜାଣତରେ
ବହି ଯାଉଛି
ଅବାରିତ ଲୁହ ଲହୁ ହୋଇ।
ଏମିତି କ୍ଷତାକ୍ତ ଯନ୍ତ୍ରଣା ଯେ
ନା ନିଜେ ଦେଖି ପାରୁଛି
ନା କାହାକୁ ଦେଖାଇ ପାରୁଛି।
ପ୍ରଣତି ମହାପାତ୍ର
ବାଲେଶ୍ଵର

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ