ମହାଭାରତ

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବିଶ୍ଵରେ ଧର୍ମର ପ୍ରତିଷ୍ଠା ପାଇଁ
ଭାରତରେ ହେଲା ମହାଭାରତ,
ଧର୍ମ କର୍ମ ଜ୍ଞାନ ଶିକ୍ଷା ସଂସ୍କାର
ବିଶ୍ଵଗୁରୁ କୃଷ୍ଣଙ୍କ ମୁଖ ନିସୃତ।

ଅନ୍ୟାନ୍ୟ ଅଧର୍ମ ଅପଥରେ ଗଲେ
ବିନାଶର ପଥ ହୁଏ ପରିସ୍କାର,
ଜୀବନରେ ସତ୍ୟଧର୍ମ ଆଚରିଲେ
ସାରଥୀ ଥାଆନ୍ତି ଦେବକୀ କୁମର।

ମହାଭାରତର ମହାକାବ୍ୟଟିକୁ
ସ୍ପର୍ଶ କରିଥିଲେ ଥରେ,
ଜୀବନରେ ପାପ କରିବାକୁ ମନ
ଶହେଥର ଭାବିବାକୁ ପଡେ।

ଭାଇଭାଇ ମଧ୍ୟେ କଳହ ନକର
ମିଛମାୟା ର ଏ ସଂସାରେ,
ଧନଜନ କେହି ସାଥେ ଯିବେନାହିଁ
ବର୍ଣ୍ଣିତ ମହାଭାରତରେ।

ନାରୀ ଅସମ୍ମାନ ମାଆ ଅମର୍ଯ୍ୟାଦା
ସ୍ରଷ୍ଟା ସହି ନ ପାରନ୍ତି ,
ଏଭଳି ପାପୀଷ୍ଠ ପାଇଁ ମହାଦଣ୍ଡ
ମହାଭାରତରୁ ଅଛି।

ମହାଭାରତରୁ ସତୀନାରୀଙ୍କର
ଅମୁଲ୍ୟ କଥା ଜାଣୁଛେ,
ଇଛା କରୁଥିଲେ ମନୋବାଞ୍ଛା
ପୂର୍ଣ୍ଣ ହୁଅଇ ଅଚିରେ ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ