ଭାଗବତ କଥା

ଲେଖକ ପରିଚୟ

ସମ୍ପାଦକ ଲେଖିଥିବା | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏହି ବିଷୟଟି 8 ଜଣ ପାଠକ ପଢି ସାରିଛନ୍ତି

ସ୍ବାୟମ୍ଭୂ ମନୁ ତାଙ୍କର କନ୍ୟା ଦେବହୂତିଙ୍କୁ କର୍ଦମ ମୁନିଙ୍କ ସଙ୍ଗେ ବିବାହ ଦେଇଥିଲେ । ଏମାନଙ୍କର ସନ୍ତାନ ଥିଲେ କପିଳ ମୁନି,ଯିଏ କି ସାଂଖ୍ଯଦର୍ଶନର ପ୍ରଥମ ପ୍ରଚାରକ ଥିଲେ । କପିଳ ମୁନିଙ୍କୁ ଭଗବାନ ବିଷ୍ଣୁଙ୍କର ଅନ୍ୟ ଏକ ଅବତାର ବୋଲି କୁହାଯାଏ । ପିତା କର୍ଦମ ତପସ୍ୟା ନିମନ୍ତେ ଯିବା ପୂର୍ବରୁ ପୁତ୍ର କପିଳକୁ ଡାକି ମାତାଙ୍କର ରକ୍ଷଣାବେକ୍ଷଣ ଭାର ତାଙ୍କ ଉପରେ ଅର୍ପଣ କରିଥିଲେ । କର୍ଦମ ମୁନି ତାଙ୍କ ପତ୍ନି ଦେବହୂତିଙ୍କୁ କହିଲେ ତୁମର ପୁତ୍ର ତୁମକୁ ଭଗବତ୍ ପ୍ରାପ୍ତିର ପଥ ଦେଖାଇଦେବ ଓ ତୁମ ମନର ସକଳ ସଂଶୟ ଦୂର କରିଦେବ । ଏହା କହି ମୁନି ତପସ୍ୟା ନିମନ୍ତେ ଚାଲିଗଲେ । ମାତା ଓ ପୁତ୍ର ଆଶ୍ରମରେ କାଳଯାପନ କଲେ । ମା ଦେବହୂତି ପୁତ୍ରଙ୍କୁ କହିଲେ ପୁତ୍ର ତୁମର ପିତା ତ ତପସ୍ୟା ନିମନ୍ତେ ଚାଲିଗଲେ । ବର୍ତ୍ତମାନ ମୋର କିପରି ଆତ୍ମଶୁଦ୍ଧି ହେବ ଓ ମୋହାନ୍ଧ ଦୂର ହେବ,ତାହା ତୁମେ ବୁଝାଇ ଦିଅ । ଏହାର ଉତ୍ତରରେ କପିଳ କହିଲେ, ମା, ମନୁଷ୍ୟର ଚିତ୍ତ ହିଁ ହେଉଛି ଆତ୍ମାର ବନ୍ଧନ ଓ ମୁକ୍ତିର କାରଣ । ପରମପୁରୁଷ ଭଗବାନଙ୍କ ଠାରେ ଚିତ୍ତ ଅର୍ପଣ କଲେ ମନୁଷ୍ୟ ମୁକ୍ତି ପ୍ରାପ୍ତ ହୁଏ । ଭଗବାନଙ୍କର ଲୀଳା ଅନୁଚିନ୍ତନର ନାମ ହେଉଛି ଭକ୍ତି । ଏହାର ବିପରୀତ ଆଚରଣ କଲେ ବନ୍ଧନରେ ପଡିବ । ଭକ୍ତି ଯୋଗର ବ୍ଯାଖ୍ଯା କରିବାକୁ ଯାଇ କପିଳଦେବ ମାତାଙ୍କୁ ସାଂଖ୍ଯଦର୍ଶନ ଓ ତତ୍ତ୍ବଜ୍ଞାନ ଉପଦେଶ ଦେବାକୁ ମଧ୍ଯ ଆରମ୍ଭ କଲେ । ପ୍ରସଙ୍ଗକ୍ରମେ ସେ ମାତାଙ୍କୁ ପୁରୁଷ, ପ୍ରକୃତି ଏବଂ ଚତୁର୍ବିଂଶତି ତତ୍ତ୍ୱ କଥା ବୁଝାଇଲେ । ସେ କହିଲେ ଚତୁର୍ବିଂଶତି ତତ୍ତ୍ୱ ହେଉଛି-ପଞ୍ଚମହାଭୂତ-କ୍ଷତି, ଅପ୍,ତେଜ,ମରରୁତ ଓ ବ୍ଯୋମ ; ପଞ୍ଚତନ୍ମାତ୍ରା-ଶବ୍ଦ,ସ୍ପର୍ଶ,ରୂପ,ରସ ଓ ଗନ୍ଧ ; ପଞ୍ଚଜ୍ଞାନେନ୍ଦ୍ରିୟ-ଚକ୍ଷୁ,କର୍ଣ୍ଣ, ନାସିକା,ଜିହ୍ବା ଓ ତ୍ବକ୍(ଚର୍ମ) ; ପଞ୍ଚ କର୍ମେନ୍ଦ୍ର – ବାକ୍,ପାଣି,ପାଦ,ପାୟୁ ଓ ଉପସ୍ଥ ଏବଂ ଏହା ସଙ୍ଗେ ଯୋଗ ହେବ ମନ,ବୁଦ୍ଧି, ଅହଂକାର ଓ ଚିତ୍ତ । ସେ ମାତାଙ୍କୁ ଅଷ୍ଟାଙ୍ଗ ଯୋଗ ବିଷୟ ମଧ୍ଯ ବୁଝାଇ ଦେଲେ । ସେ କହିଲେ ଏହି ଆଠଟି ଯୋଗ ହେଲା-ଯମ,ନିୟମ,ଆସନ,ପ୍ରାଣାୟାମ,ପ୍ରତ୍ଯାହାର,ଧାରଣା,ଧ୍ଯାନ ଓ ସମାଧି । ଏହି ଆଠଟି ସାଧନ ହେଉଛି ଅଷ୍ଟାଙ୍ଗ ଯୋଗ, ଯାହାକୁ ରାଜଯୋଗ ବୋଲି ମଧ୍ଯ କୁହଯାଏ । ସେ କହିଲେ,ଯେଉଁ ମନୁଷ୍ୟ ଧର୍ମବିବର୍ଜିତ କାର୍ଯ୍ୟ କରେ ତାର ନିଶ୍ଚିତ ରୂପେ ଅଧୋଗତି ହୁଏ । ଏବଂ ଯେଉଁମାନେ ସତ୍ କର୍ମ କରନ୍ତି ,ସେମାନେ ଉର୍ଦ୍ଧ୍ଵଗତି ପ୍ରାପ୍ତ ହୁଅନ୍ତି । କପିଳ ନାନାଦି ତତ୍ତ୍ୱର ବ୍ଯାଖ୍ଯା କରି ମାତାଙ୍କୁ ସନ୍ତୁଷ୍ଟ କରିଥିଲେ । ମାତାଙ୍କୁ ଉପଦେଶ ଦେଇ କପିଳ ମୁନି ସାଂସାର ତ୍ଯାଗ ପୂର୍ବକ ସମୁଦ୍ରକୁ ଯାତ୍ରା କରିଥିଲେ ଏବଂ ଯୋଗ ସମାହିତ ହୋଇଥିଲେ । ସମୁଦ୍ର ତାଙ୍କୁ ତପସ୍ୟା ନିମନ୍ତେ ସ୍ଥାନ ଦାନ କରିଥିଲା । ସଂସାରର ମଙ୍ଗଳ କାମନା କରି ଏବେ ମଧ୍ଯ କପିଳ ମୁନି ସାଗର ସଙ୍ଗମରେ ବିରାଜମାନ କରିଛନ୍ତି ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ