ପ୍ରବନ୍ଧ – ନାରୀର ଅଧପତନ ପାଇଁ ନାରୀ ହିଁ ଦାୟୀ – ଭାରତୀ ସାହୁ

ଲେଖକ ପରିଚୟ

ଭାରତୀ ସାହୁ
ଯୁନିଦା ପାଟଣା, ଦଶରଥ ପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏ ସୃଷ୍ଟି ବଡ଼ ବିଚିତ୍ର l ବୈଚିତ୍ରମୟ ଦୁନିଆରେ ନାରୀର ଚରିତ୍ର ବି ଆହୁରି ବିଚିତ୍ର l ସ୍ରଷ୍ଟାଙ୍କର ସବୁ ସୃଷ୍ଟି ମଧ୍ୟରୁ ନାରୀ ଏକ ସୁନ୍ଦର ଉପହାର ଏ ଜଗତକୁ l କେଜାଣି କେତେକାଳ ବସି ଗଢ଼ିଥିଲେ ଏ ନାରୀକୁ l ଏତେ ସୌନ୍ଦର୍ଯ୍ୟ ନାରୀ ଦେହରେ ରଖିଛନ୍ତି ଯେ, ଯୋଗୀ, ମୁନି, ରୁଷି, ଦେବତା ମାନେ ମଧ୍ୟ ତାକୁ ଦେଖି ବାଟ ବଣl ହେଇଛନ୍ତି l ଏଇ ନାରୀ ପାଇଁ ଯେତେ ସବୁ ଦ୍ୱନ୍ଦ୍ୱ l ତଥାପି ନାରୀ ମମତା -ମୟୀ, କରୁଣା ମୟୀ ସ୍ନେହ ମୟୀ ରୂପେ ପୂଜିତା l ଏତେ ସବୁ ଭଲଗୁଣ ଦେଇ ତା ମନରେ ଛଳନା, ହିଂସା, ଅହଂକାର, କ୍ରୋଧ, ଘୃଣା ପ୍ରତାରଣା ଭରିଦେଲେ କାହିଁକି ? ଏମିତି କରି ଗଢି ତୋଳିବାରେ କଣ ଈଶ୍ୱର ଙ୍କର କିଛି ନିଆରା ଉଦ୍ଦେଶ୍ୟ ଥିଲା l ନାରୀ ମାୟା ଯେ ବଢ଼ି ପାଣି, ତାକୁ ନପାରିଲେ ବ୍ରହ୍ମା ଜାଣି, ଆଉ ଏ କଳିଯୁଗ ପୁରୁଷ କେମିତି ଜାଣିବେ !ଯାହାବି ହେଉ ନାରୀବିନା ଏ ସୃଷ୍ଟି ଅଧୁରା l ନାରୀ ମାୟା ରୂପକ ବଢ଼ି ପାଣିରେ ଯେତେ ବୁଡ଼ ମାରିଲେ ବି ପୁଣି ସେଇ ସୁଅରେ ଭାସିଯିବାକୁ ଅପଚେଷ୍ଟା କରିଛି ପୁରୁଷ l ନା ତାକୁ ଛାଡ଼ି ପାରିଛି ନା ପାରିବ l

ଆଦିମ କାଳରେ ନାରୀ ସୁରକ୍ଷିତ ଥିଲା ଯେତେବେଳେ ସଭ୍ୟତା କଣ ଜାଣି ନଥିଲା, ଶିକ୍ଷl ପାଇନଥିଲା, ଦୁନିଆର ଭଲ ମନ୍ଦ ବିଷୟରେ ମୁଣ୍ଡ ପୁରାଉ ନଥିଲା, ସେତେବେଳେ ଭଲରେ ଥିଲା l ସ୍ୱାମୀ, ଶାଶୁ, ଶ୍ୱଶୁର ତାପାଇଁ ଦେବତା ଥିଲେ, ରାନ୍ଧି ବାଢି ସମସ୍ତଙ୍କୁ ପରସି ଦେଲା ପରେ ଯାହା ବଳୁ ଥିଲା ଖାଉଥିଲାl ସମସ୍ତଙ୍କୁ ସ୍ନେହ ପ୍ରେମରେ ବାନ୍ଧି ରଖୁଥିଲା l ସେ ଜନନୀ, ଜାୟା, ଭଗିନୀ ରୂପେ ସମାଜରେ ଆଦର ପାଉଥିଲା l ସେଦିନ ଚାଲି ଯାଇଛି l ନାରୀ ଆଜି ଶିକ୍ଷା ଦୀକ୍ଷା ହାସଲ କରିଛି, ପୁରୁଷ ମାନଙ୍କ ଭଳି ଉଚ୍ଚତମ ପଦବୀରେ ବସି ପାରିଛି ସତ କିନ୍ତୁ ତାର ଚରିତ୍ର ସ୍ଵଭାଵ ବଦଳି ଯାଇଛି l ସେ ଆଉ ଆଗଭଳି ସ୍ନେହମୟୀ ନାରୀ ହୋଇ ରହି ନାହିଁ, ପରୁଷର କାମନାକୁ ଚରିତାର୍ଥ କରି -ବାକୁ ଯେମିତି ସୃଷ୍ଟି ହେଇଛି l ଅବଗୁଣ୍ଠନ ବତିରୁ ଆଧୁନିକା ପାଲଟି ଯାଇଛି l ପୁରୁଷର ପାଦ ତଳେ ନୁହେଁ ତା ମନର ମାନସୀ ହୋଇ ରହିବାକୁ ଚାହେଁ l ନିଜ ସ୍ୱାର୍ଥ ପାଇଁ କିଛିବି କରିବାକୁ ପ୍ରସ୍ତୁତ ସେ l ନିଜର ଯୌନ କ୍ଷୁଧା ମେଣ୍ଟେଇବାକୁ ଯେ କୌଣସି ନାରକୀୟ କାମ କାରୋବାକୁ ପଛାଉନାହିଁ l ଜାଣି ଜାଣି ପୁରୁଷର କଟାକ୍ଷକୁ ନିମନ୍ତ୍ରଣ କରୁଛି l ଦୁନିଆ ଆଗରେ ନିଜର l ଲଙ୍ଗଳl ଫୁଙ୍ଗୁଳା ଦେହ ଦେଖାଇବାକୁ
କୁଣ୍ଠାବୋଧ କରୁନି l ସମଗ୍ର ମାନବ ସମାଜ ଆଗରେ ନିଜର ଦେହକୁ ଉପହାର ଦେବାକୁ ଲଜ୍ଜା ଅନୁଭବ କରୁନି l ସଂକୋଚ ପ୍ରକାଶ କରୁନି ମଧ୍ୟ l

ଯଦି କିଛି ପ୍ରତିଭା ଅଛି ତା ବଳରେ ମଣିଷର ମନକୁ, ହୃଦୟକୁ ଜିତିବାକୁ ପ୍ରୟାସ କର l ତା ନକରି ନିଜର ଅର୍ଦ୍ଧ ଉଲଗ୍ନ ଦେହ ଦେଖାଇ ସମାଜରେ ପ୍ରତିଷ୍ଠିତ ହେବାକୁ ଚାହୁଁଛ l ନିଜେ ଯେଉଁ ବାଟରେ ବାଟୋଇ ହେଲ ନିଜର ସନ୍ତାନ ମାନଙ୍କୁ ସେଇ ବାଟରେ ଚାଲିବାକୁ ପ୍ରେରଣା ଦେଲ କାହିଁକି ? ପିତାର ଚରିତ୍ର ନେଇ ପୁଅ ବାଟ ଚାଲେ ମାତାର ଚରିତ୍ରକୁ ଝିଅ ଅନୁକରଣ କରେ l ଜଣେ ମାଆ ଯଦି ନିଜର ସଂସ୍କୃତି, ପରମ୍ପରା, ଚଳଣି କୁ ଭୁଲିଯାଇ ପାଶ୍ଚାତ୍ୟ ସଭ୍ୟତାର ପ୍ରେମରେ ଅନ୍ଧ ହୋଇ, ନିଜକୁ ଉଗ୍ରଆଧୁନିକl ବୋଲି ପ୍ରମାଣ କରିବାକୁ ଯାଇ ନିଜର ବେଶ ପୋଷାକ, ଚାଲି ଚଳଣି ରଙ୍ଗ, ଢଙ୍ଗ ବଦଳାଇ ଦିଏ ତାକୁ ନିଶ୍ଚୟ ବିନାଶର ବାଟ ହିଁ ନିମନ୍ତ୍ରଣ କରିବ ଏଥିରେ ସନ୍ଦେହ ନାହିଁ l ଚୁଳ କାଟି, ଜିନ ପିନ୍ଧି, ଗଡି ଚଢି ଅଫିସ ଯିବା ବାହାନାରେ କ୍ଲବ ଆଟେନ କରି ବିଳମ୍ବିତ ରାତିରେ ଘରକୁ ଫେରେ ତେବେ ତାଙ୍କର ଝିଅ କଣ ଶିଖିଵ? ମାଆ ବିନା ମେକପରେ ଘରୁ ବାହାରକୁ ବାହାରୁନି ତେବେ ଝିଅ ମାଆ ଠାରୁ ବଳିଯିବା ସ୍ୱାଭାବିକ l

ଉଗ୍ର ଆଧୁନିକl ପୋଷାକ ପିନ୍ଧି ଝିଅ ବାହାରିଲେ ଏବେକlର ବାପା, ମାଆ ଭlରି ଖୁସି l କୁହନ୍ତି ଦେଖ ଦେଖ ମୋ ଝିଅ କେମିତି ଐଶ୍ୱରିୟା ରାୟ ଭଳି ଦିଶୁଛି ମୋ ଝିଅ ଶ୍ରୀଦେବୀ ଭଳି ଦିଶୁନି ନାନୀ l ଆଜ୍ଞା ଥରଟେ ଚିନ୍ତା କଲେ ଆପଣ ମାନଙ୍କ ଝିଅ ପୁଅଙ୍କୁ ହିରୋ ହିରୋଇନ ଙ୍କ ସହିତ ତୁଳନା କଲେ ଏତେ ଖୁସି କାହିଁକି,? ତାଙ୍କ ଭଳି କେତୋଟି ଷ୍ଟେଜ ସୋ ଆପଣଙ୍କ ପିଲାମାନେ କରିପାରିବେ ଭାବିଛ ନ୍ତି କେବେ? ତାଙ୍କ ସହିତ ସମାନ ହେଇଯିବ !ଲୋକମାନେ ତାଙ୍କୁ ସମ୍ମାନ ଦେବେ, ତୁଚ୍ଛା ବଢ଼ିମା କାହିଁକି କରନ୍ତି? ଆକାଶ କଇଁଆ ଚିଲିକା ମାଛ, ଦିନରେ କାହିଁକି ସ୍ବପ୍ନ ଦେଖୁଛ l ଦିବା ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ, କେବେ ସତ ହୁଏନା l ନାରୀ ସତରେ ଭାରି ଅବୁଝା l ମନ ମାନିଥିଲେ ଗୋଟା ପଣେ ତୁମର, ମନ ନମାନିଲେ ନିମିଷକେ ସେ ଆଉ କାହାର ଅଙ୍କ ଶାୟୀ ନି ପାଲଟି ଯାଏ l ଟୋପାଏ ସିନ୍ଦୂର, ଦୁଇ ପଟଶଙ୍ଖା ପିନ୍ଧାଇ ଥିବା ମଣିଷ ଅଜଣା, ଅଚିନ୍ହା ପାଲଟି ଯାଏ l ନିଜର ଦେହର ରକ୍ତରୁ
ଜନ୍ମ ନେଇଥିବା ସନ୍ତାନଙ୍କୁ ଭୁଲିଯାଏ ସେ, ଆଉ କୋଳରେ ଶୋଇ ଶୋଇ ସ୍ୱାମୀକୁ ନୀରବ ଯନ୍ତ୍ରଣା ଦେଇ ଚାଲେ l ନିର୍ଯ୍ୟାତିତା ପୁରୁଷ ସବୁ ଦେଖେ ସବୁ ଜାଣେ ତଥାପି ନୀରବl ଏ ଦେଶର ସମ୍ବିଧାନ ଯେତେବେଳେ ନାରୀ ସପକ୍ଷରେ, ନାରୀର ସ୍ବେଛାଚl ରିତl ସପକ୍ଷରେ ଯାଉଛି ସେଠି ନାରୀ ଆହୁରି ତଳକୁ ଖସି ଯିବାଟା କିଛି ଆଶ୍ଚର୍ଯ୍ୟ କଥା ନୁହେଁ l ଲୁଚି ଲୁଚି ପର ପୁରୁଷ କୋଳରେ ଶୋଉଥିଲା, ସମ୍ବିଧାନର ସ୍ୱୀକୃତି ଶୁଣି କେହିତ ଜଣେ ନାରୀ ବିରୋଧ କଲେନି, ଏହାହିଁ ହେଇ ପାରିଥାନ୍ତା, ଯଦି ମନ ନମିଳିଲା ତ ଛାଡ଼ପତ୍ର ଦେଇ ଆଉ କାହାକୁ ବିବାହ କରୁ କିନ୍ତୁ ଏ ପ୍ରକାର ନିୟମ ବିରୋଧରେ ଉଚ୍ଚ ପଦବୀରେ ବସିଥିବା ନାରୀ କେହି ଜଣେ ବିରୋଧ କଲେନି, ବୋଧେ ତାଙ୍କ ମନ ଜାଣି ନିୟମ ଲାଗୁ କରାଯାଇଛି, ସମଗ୍ରନାରୀ ବେଶ୍ୟା ପାଲଟି ଗଲେ କିଛି ସ୍ବେଛାଚାରିଣି ଖୁସି ହେବେ l ସେମାନେ ଯେଉଁ ବାଟରେ ବାଟୋଇ ସେହି ବାଟରେ ସମସ୍ତେ ଗଲେ ତାଙ୍କୁ ଆଉ କେହି ଆଙ୍ଗୁଳି ଦେଖେଇ କହିବେନି ଚରିତ୍ର ହୀନl ବୋଲି l ତୁ ତ ମୁତୁରି ମୁଁ ତ ମୁତୁରି ହେଁସ କାହିଁ ପାଇଁ ଧୋଇବା l ନାରୀ ତାର ସୌନ୍ଦର୍ଯ୍ୟର ପଶାକାଠି ଗଡେଇ ପୁରୁଷକୁ ତା ହାତରେ ଚାବିଦିଆ କଣ୍ଢେଇ କରି ରଖିବାର ଇଚ୍ଛା ତାକୁ ତଳକୁ ଖସାଇ ଦେଇଛି l ତଥାପି ପ୍ରଶାସନ ପାଖରୁ ତଳିଆ କର୍ମଚାରିଯାଏ ସମସ୍ତେ ତା ମାୟାରେ ବାୟା ହେଉଛନ୍ତି l ମୁକୁଳି ବାକୁ ଚାହିଁଲେବି ମୁକୁଳି ପାରି ନାହାନ୍ତି l

ନାରୀ, ଗୋରୁ, ବ୍ରାହ୍ମଣ, ସନ୍ତୁଷ୍ଟ ନୁହନ୍ତି ଏତିନି ଜଣ, କଥାଟା ମିଛ ନୁହେଁ ଆଜ୍ଞା l ଯେତେ ପାଇଲେ ଯେତେ ଖାଇଲେ ସେ କେବେ ଖୁସି ନୁହେଁ, ସବୁବେଳେ ଆଉକିଛି ପାଇବା ଆଶାରେ ଧାଇଁ ଧାଇଁ ଅଣନିଶ୍ୱାସୀ ହେଇ ମଧ୍ୟ ଧାଇଁବା ଛାଡ଼ିନି l ତଥାପି ଶୋଷ ତାର ମେଣ୍ଟୁ ନାହିଁ କି ମେଣ୍ଟୀବନି l କଥାରେ କହନ୍ତିନି, ଆପଣା ହସ୍ତେ ଜିହ୍ୱା ଛେଦି, କେ ତାର ଅଛି ପ୍ରତି ବାଦୀ l ନିଜର ଅମଙ୍ଗଳ ପାଇଁ ନିଜେ ହିଁ ନାରୀ ଦାୟୀ, ନିଜର ଅଧୋପତନ ପାଇଁ ନିଜେ ଦାୟୀ,l ନାରୀ ଗୋଟେ ଦୁଇ ପାଖିଆ ଛୁରୀ, କେତେବେଳେ କାହାର ରକ୍ତରେ ହୋରି ଖେଳେ ତାକୁ ହିଁ ଜଣା, କେହି ଜାଣି ପାରିବେନି life ତାର କାମନା ବାସନା ଚରିତl ର୍ଥ କରିବାକୁ କିଛି କରିପାରେ l ସତେ ଯେମିତି ଯୌବନ ତା ପାଖରେ ବନ୍ଧା ପଡିଛି l ଆଇନା ଆଗରେ ବସି ଗଲେ ନିଜକୁ ଦୁନିଆର ଶ୍ରେଷ୍ଠ ସୁନ୍ଦରୀ ଭାବେ ନାରୀ, ସେ ଜାଣିପାରେନି ତାର ବୟସ ବଢ଼ିଗଲାଣି ବୋଲି l ନାରୀ ଯେତେବେଳେ କଟା, ଫଟା, ଫୁଟା, ଯୌନ ଉତ୍ତେଜକ ପୋଷାକ ପିନ୍ଧି ବାହାରକୁ ବାହାରୁଛି ଆଇନlରେ ନିଜକୁ ଥରେ ଦେଖି ବାହାରନ୍ତୁ, କେମିତି ଦିଶୁଛନ୍ତି ଜାଣିପାରିବେ l ପୁରୁଷ ଅଶ୍ଳୀଳ ଟିପ୍ପଣୀ ଦେଲେ ରାଗି ଉଠନ୍ତି କାହିଁକି? ପାଶ୍ଚାତ୍ୟ ସଭ୍ୟତାର ନାରୀଙ୍କ ଭଳି ନିଜକୁ ସଜେଇ ବାକୁ ଭଲ ପାଉଛି l ରସଗୋଲା ଦେଖିଲେ ସମସ୍ତଙ୍କର ଲାଳ ବୁହେ, ନାରୀ ଚାହୁଁଛି ତାହାହିଁ ହେଉ, ଦୁର୍ଘଟଣା ଘଟିଲା ପରେ କୋର୍ଟ କଚେରୀ ଦୌଡ l
ପରିମାର୍ଜିତ ପୋଷାକ ପିନ୍ଧି ବାହାରକୁ ବାହାରିଲେ ସବୁ ପୁରୁଷଙ୍କର ମଥା ନଇଁ ଯିବ l

ପିଲାଟିଏ ଜନ୍ମ କରିଦେଲେ ନାରୀ ମାଆ ହେଇ ଯାଏନି, ମାଆ ହେବା ପାଇଁ ହୃଦୟରେ ସ୍ନେହ, ମମତା, ପ୍ରେମ, ଭଲ ପାଇବା, ତ୍ୟାଗ ରହିବା ଦରକାର l ତାର ପଣତ ପିଲାଙ୍କ ଝାଳ, ଧୂଳି ପୋଛି ପାରୁଥିବ, କିନ୍ତୁ ଏବେକାର ମାଆ ମାନଙ୍କର ଶାଢ଼ୀ ନାହିଁ କି ପଣତ ବି ନାହିଁ , ତାଙ୍କ ହୃଦୟରେ ମମତା କମି ଗଲାଣି l ନିଜ ଜଂଜାଳରେ ଏତେ ବ୍ୟସ୍ତ ପିଲାର ଭଲ ମନ୍ଦ ଧାଇମା ବୁଝିବେ, ଚାକର ବୁଝିବେ ନହେଲେ ହଷ୍ଟେଲରେ ପାଠ ପଢିବେ, ବାସ ଏଇ ଆମର ମାର ମମତା, ମାର ସ୍ନେହ, ସଂସ୍କାର ପାଇଲେ ପିଲାଟିଏ ଭଦ୍ର ନମ୍ର ହେଇ ବାହାରେ ନପାଇଲେ….. l ତେବେ ନାରୀର ଅଧୋପତନ ପାଇଁ ନାରୀ ନିଜେ ହିଁ ଦାୟୀ l ସହରୀ ଚାକ ଚକ୍ୟ କୁ ଭଲ ପାଇବା, ବିଳାସ ବ୍ୟସନରେ ରହିବା, ନିଜକୁ ଅତି ସୁନ୍ଦରୀ ବୋଲି ଭାବି ଆଧୁନିକା ଭାବେ ସଜେଇ ହେବା, ତାର ଅଧୋପତନର କାରଣ l ବାର ହାତର ଶାଢ଼ୀ ପିନ୍ଧି ମଧ୍ୟ ନିଜର ଦେହ ଲୁଚେଇ ପାରୁନି, ପାରୁନି ନୁହେଁ ଲୁଚେଇ ବାକୁ ଚାହୁଁନି l ସିନେମା ଅଭିନେତ୍ରୀ ବା ମଞ୍ଚ ଅଭିନେତ୍ରୀ ପରି ଦେଖା ହେବା ପାଇଁ ଚାହୁଁଛି l ସ୍ଵାମୀ ଘରେ ଥାଇ ମଧ୍ୟ ସେ ପର ପୁରୁଷର ବାହୁବନ୍ଧନରେ ହଜି ଯିବାକୁ ଚାହୁଁଛି, ନୂଆ ନୂଆ ପୁରୁଷ ବନ୍ଧୁଙ୍କ ଗହଣରେ ସମୟ କାଟିବାକୁ ପସନ୍ଦ କରୁଛି, ସାଧାରଣ ଗୃହିଣୀ ଟିକେ କମରେ ଅଛନ୍ତି, ଯେଉଁ ମାନେ କର୍ମ ଯିବି ମହିଳା ପ୍ରାୟ ପଚାଶ ପ୍ରତିଶତ ନାରୀ ପାର୍କ ଯିବା କ୍ଲବ ଆଟେନ କରିବାକୁ ନିଜର ନିତି ଦିନିଆ କାମ ବୋଲି ଧରି ନେଇଛନ୍ତିl

ନାରୀର ଶ୍ରେଷ୍ଠ ଗହଣା ଲଜ୍ଜା ଯାହା ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇ ଥାଏ, ଆଜି କିନ୍ତୁ ଲଜ୍ଜା ଶବ୍ଦ ଉଠି ଗଲାଣି l ବିବାହ ବେଳେ ଝିଅ ଓଢଣା ଦେଇ ବେଦିରେ ବସିଲେ, ସମସ୍ତେ ମୁହଁଟି
ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି, କିନ୍ତୁ ଏବେ ସେସବୁ ଅଚଳ ଚାରିଣି, କାହାକୁ କହିବେ ଆଜ୍ଞା ଆମ ସମାଜ, ଆମ ନାରୀ ମାନେ ଏମିତି ଏକ ସ୍ତରରେ ପହଂଚି ଗଲାଣି, ତଥାପି ମୋର ବିନମ୍ର ନିବେଦନ, ହେ ମାଆ, ଭଉଣୀ, ଅଳ୍ପ ବୟସର ଝିଅ ମାନେ ପ୍ରଥମେ ନିଜର ବେଶ ପରିପାଟିକୁ ଧ୍ୟାନ ଦିଅନ୍ତୁ, ପରି ମାର୍ଜିତ ପୋଷାକ ପିନ୍ଧନ୍ତୁ, ପୁରୁଷମାନଙ୍କ
ଲୋଲୁପ ଦୃଷ୍ଟିରୁ ନିଜକୁ ଯଥା ସମ୍ଭବ ଦୁରେଇ ରଖନ୍ତୁ, ଏହାହିଁ ମୋର ଆନ୍ତରିକ ଇଛା, କାହାରି ଚରିତ୍ର ପ୍ରତି ଆକ୍ଷେପ କରି ଲେଖିନି, ନାରୀ ସୁରକ୍ଷା ପାଇଁ ମୋର ପ୍ରୟାସ ମାତ୍ର l

ଭାରତୀ ସାହୁ, ମାର୍ଫତ -ଦୀପ୍ତି କାନ୍ତ ସାହୁ
ଯୁନିଦl ପାଟଣା, ଦଶରଥ ପୁର, ଯାଜପୁର, ମୋ -7855841101


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ