ସୁନାବେଶ – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବହୁ ଦୂରୁ ଆଜି ଆସିଛି ଠାକୁରେ
କରୁଣା ଟିକିଏ ପାଇଁ
ଶ୍ରୀକ୍ଷେତ୍ରରେ ତୋର ଠିଆ ହୋଇ ପ୍ରଭୁ
ତୋ ନାମକୁ ଜପୁ ଥାଇ l 1l
ତୋ ଭକତ ଜନ କେତେ ଆପଣାର
ଘେରି ରହିଛନ୍ତି ତୋତେ
ସୁନା ବେଶ ରୂପ ଦେଖିବା ପାଇଁ କି
ସଭିଏଁ ଆତୁର ସତେ l 2l
ସତେକି କାଳିଆ ଦେଖିବି ତୋ ରୂପ
ଏ ଭିଡ଼ ମଧ୍ୟରେ ଥାଇ
ହାତ ଧରି ପ୍ରଭୁ କଢ଼ାଇ ନିଅ ହେ
ତୋ ପାଖକୁ ଯିବି ମୁହିଁ l 3l
ତୋ କଳା ବଦନ ତୋ ଚକାନୟନ
ଆଖିରେ ମୋ ବସି ଯିବ
ସାରା ସଂସାରର ଦୁଃଖ ଯାତନାର
ଅବ ସାନ ଘଟି ଯିବ l 4l
ଏ ହୀନ କପାଳେ ଯାହା ତୁ ଲେଖିଛୁ
ସବୁ ଅଟେ ଭାଗ୍ୟ ମୋର
ଅଗ୍ନି ପଥ ରେଖା ଜୀବନେ ଟାଣିଛୁ
ଛାଡ଼ି ବୁନି ହାତ ମୋର l 5l
ତୋ ସୁନା ବେଶକୁ ଥରେ ଦେଖି ଦେଲେ
ନୟନେ ଭରିବ ତୃପ୍ତି
ସଂସାର ଜଞ୍ଜାଳ ସବୁ ଭୁଲି ଯିବି
ପାଇବି ଅମାପ ଶାନ୍ତି l 6l
ପର କରିବୁନି କେବେ ତୁ କାଳିଆ
ଅଭାବି ମଣିଷ ବୋଲି
ତୋ ରୂପକୁ ଦେଖି ଆନନ୍ଦେ ନାଚିବି
ଜୟ ଜଗନ୍ନାଥ ବୋଲି l 7l
ଆନନ୍ଦ ବଜାରେ ଅଭଡ଼ା ଭୁଞ୍ଜିବି
ଟଙ୍କ ତୋରାଣି ପିଇବି
ବଡ଼ ଦାଣ୍ଡ ଧୂଳି ମୁଣ୍ଡରେ ମାରିବି
ମଲେ ସ୍ୱର୍ଗ ଦ୍ୱାର ଯିବି l 8l
ଶୟନେ ସ୍ୱପନେ ତୋ ରୂପ ଦେଖୁଛି
ଭାବନାରେ ଆସୁ ଖାଲି
ଥରୁଟିଏ ପ୍ରଭୁ ଦେଖା ଦେବା ପାଇଁ
ମୋ ଘରକୁ ଆସ ଚାଲି l 9l

ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର
ମୋ :8658655979

Leave a Reply

Your email address will not be published. Required fields are marked *